STORYMIRROR

Satyabati Swain

Tragedy

3.8  

Satyabati Swain

Tragedy

ଇତି ତୁମ ବୋଝ

ଇତି ତୁମ ବୋଝ

2 mins
730



ଚିଠି !!

କିଏ ଦେଇଛି !!

ଏ ନେଟ ଯୁଗରେ !!

ବିସ୍ମିତ ହେଲି

ଏବଂ ଚିଡି ଯାଇ ଚିଠିଟି ଫିଙ୍ଗିଦେଲି

ଟେବୁଲ ଉପରକୁ

ମନଟି ଭଲ ନାହିଁ

ମା ଆଠ ଦିନ ହେବ ନିରୁଦ୍ଦିଷ୍ଟ

ଖୋଜି ଖୋଜି ନୟାନ୍ତ

ମା କିନ୍ତୁ ମିଳୁ ନାହିଁ

ମା କୁଆଡେ ଗଲା!


ଚାରି ପୁଅର ମା

କିନ୍ତୁ କେହି ନିଜ ପାଖରେ ରଖିବାକୁ

ନାରାଜ !

ସବା ସାନ ପୁଅ ମୁଁ

କୋଳ ପୋଛା

ମୁଁ ବି କେଉଁ ସାହାସ ଦେଇ କହିଲି କି

ମା ବ୍ୟସ୍ତ ହଅନା

ମୁଁ ଅଛି।


କିଛି ଭଲ ଲାଗୁନି

ଭିତରେ କିଏ କୋରୁଛି

ମା ସେ

କେତେ କଷ୍ଟରେ ଜନ୍ମ ଦେଇ

ମଣିଷ କରିଛି

ତାର ବଳ ବୟସ ଖସିଲାରୁ

ଆମେ କେତେ କୃତଜ୍ଞ

ଟିକେ ପାଖରେ ରଖିବାକୁ

କେହି ରାଜି ହେଲୁନି !

ଧର୍ମ ସହିବ ତ!


ମୁଁ ଯେତେବେଳେ ବୁଢା ହେବି

ମୋ ପିଲା ତ ଏମିତି କରିବେ!

ଓଃ ଛାତି ଫାଟି ଯାଉଛି

ମା ମୋର ଭୁଲ୍ ହୋଇ ଯାଇଛି

ତୁ ଏବେ କେଉଁଠି ?

ତୁ ମୋ ପାଖରେ ରହିବୁ

ହଁ ମା କେବେ ଅନାଦର କରିବି ନାହିଁ

ତୋ ସେବା ମୁଁ କରିବି

କହ ମା କେଉଁଠି ଅଛୁ?


ମୋ ପୁଅ ଚିଲେଇ ଉଠିଲା

ବାବା !ଜେଜି ମା ଚିଠି ଲେଖିଛି

ଚିଠି !!ଦେଖି ଦେଖି

ଆରେ ଏଇଟା ତ ପୋଷ୍ଟ ପିଅନ

ଦେଇଥିଲା ମୋତେ ଆଜି

ହେ କଣ ଟେ ଭାବି

ଫିଙ୍ଗି ଦେଇଥିଲି

ଦେଲୁ ଦେଲୁ ମା କେଉଁଠି ଅଛି

ଜଣା ପଡିବ।


ଶିବୁ !

ଧନ ମୋର

ମୋତେ ଖୋଜିବ ନାହିଁ

ତୁମ ମାନଙ୍କ କୁକୁର ମାଙ୍କଡ଼ ପ୍ରେମ

ଜୀଅନ୍ତା ମଣିଷ ପୁଣି ମା ରେ ଅପ୍ରେମ

ମୋତେ କିଏ ରଖିବ ଭାଳେଣି

ସମସ୍ତଙ୍କ ନାରାଜ ଭାଵ

ହଜମ କରିବା ବୟସ ଆଉ ନାହିଁ ପୁଅ।


ପୁଅରେ !

ସାରା ଜୀବନ

ତୁମ ମାନଙ୍କୁ ଭଲ ପଢା, ଚାକିରି

ଜୀବନ ସାଥୀ ଦେବା ପାଇଁ

ଦୌଡୁ ଦୌଡୁ

କେତେବେଳେ ବାର୍ଦ୍ଧକ୍ୟ ଘଣ୍ଟିଟି

ଟଙ୍ଗ୍ କରି ବାଜିଗଲା

ତୁମ ବାପା ବି ନିହାତି ସ୍ୱାର୍ଥ ପର ଭାବେ

ମୋତେ ଏକା କରି ଚାଲିଗଲେ

ଗୋଡ଼ ହାତ ଚାଲୁଥିବା ଯାଏ

ବୋଲ ହାକ କରିବାକୁ ପାଳି କରି

ମୋତେ ପାଖରେ ରଖିଲ

ଦୟା କଲ ନିଜ ମାକୁ।


ଏବେ ଗୋଡ଼ ହାତ ଅଚଳ

ତୁମର କେଉଁ କାମକୁ ନୁହଁ

ଏପରି ବୋଝ ମୁଣ୍ଡାଇବାକୁ

ମୋ ଜନ୍ମିତ ଚାରି ପୁଅ ବେକରେ

ବଳ କାହିଁ ଯେ ମା ବୋଝ ମୁଣ୍ଡେଇବେ!!

ଧନ ମୋର!

ମୁଁ ବି ତୁମ ମାନଙ୍କ ଉପରେ ବୋଝ

ହୋଇ ବଂଚିବାକୁ ଚାହିଁଲିନି

ମୋ ନାମରେ ଘର ଭଡା

 ପ୍ରତି ମାସର ତୁମ ବାପା 

 ଜମା କରୁଥିଲେ

 ସେଇ ପାସ୍ ବୁକ୍ ଟି ଦେଇ

 ମୁଁ ଏବେ ଗୋଟିଏ ଜରା ନିବାସରେ ଅଛି।


ଭଲ ଅଛି ଧନ

ମୋ କଥା ଚିନ୍ତା କରିବ ନାହିଁ

ତୁମେ ସମସ୍ତେ ଏବେ ବୋଝ ମୁକ୍ତ ବାବୁ

ମୁଁ ବି ନିଶ୍ଚିନ୍ତ

କାହାର ଅଗ୍ରାହ୍ୟ ମୋତେ

ସହିବାକୁ ପଡିବନି

ସମସ୍ତେ ଭଲରେ ଥିବ 

ଏତିକି ଆଶା।


ଇତି 


ତୁମ ବୋଝ 'ମା' ।


Rate this content
Log in

Similar oriya poem from Tragedy