STORYMIRROR

Satyabati Swain

Romance

3  

Satyabati Swain

Romance

ଶେଷ ହିଁନ ଶୋଷ

ଶେଷ ହିଁନ ଶୋଷ

1 min
25


 ଫୋନ୍ ଏ ପାଖେ ମୁଁ
ସେ ପାଖେ ସେ
ଲାଗୁଥିଲା ସେ ମୋ ମନ ହୃଦହ,
ଆତ୍ମା ପାଖରେ ବସିଛି
ଡେଟିଂ ରେ ଗୋଆ ଲଭର୍ ସ୍ ପଏଣ୍ଟ୍ ରେ
 ଆମେ କିଛି ଛୋଟ ଛୋଟ ଗୋଡି ତଳକୁ ପକାଉଛୁ ଅନ୍ୟ ମନସ୍କ ହୋଇ ଚୁପ୍ ଚାପ୍।

କିଛି କ୍ଷଣ ନୀରବରେ କଟି ଗଲା ପରେ
ସୁନବ୍ୟା ହୋଇ ବହିଗଲୁ ଆମେ
କଣ କଥା ହେଉଥିଲୁ
ମୋର ମନେ ପଡୁନି
କିନ୍ତୁ ଅନୁଭବ ହେଉଥିଲା ମୁଁ ଭାସୁଛି
 ଖୁସି ପ୍ରଶାନ୍ତ ମହାସାଗରରେ
 ଜାହାଜ ନାହିଁ କି ଲଞ୍ଚ୍
ଥିଲା କିନ୍ତୁ ଦୁଇଟି ହୃଦୟର ନିର୍ଭେଜାଲ
 ଅମାପ ଅକଳନ ସମୁଦ୍ର ଭର୍ତ୍ତି
 ମୋତିଠୁ ଯଥେଷ୍ଟ ଅଧିକ ମୂଲ୍ୟବାନ
 ନିରୋଳା ସେହ୍ନପ୍ରେମ ଟିପେ।

ଦେଖିନି ଚର୍ମ ନୟନ ତାକୁ
 କିନ୍ତୁ ଦେଖିଲା ମୋ ମନର ଆଖି
ହୃଦୟ ଭିତରେ ରକ୍କାଟିଏ ରୁକ୍ ରୁକ୍ କାଟୁଥିଲା
ଗପ ଆରମ୍ଭ ହେଉଥିଲା
ଗୋଟିଏ ନସରୁଣୁ ଆଉ ଗୋଟେ ପଶି ଆସୁଥିଲା ସେଇ ଯେ ଆରମ୍ଭ ସରିବାର ନାଁ ନେଉ ନଥିଲା
ଘଣ୍ଟା ବାଜିଲା ଠଣ୍ କହିଲା
ଏକା ଦିନେ ସବୁ ସାରି ଦେବ ନା କଣ!

ଶୁଣ ମାଆ ରଡି ଛାଡ଼ିଲାଣି
କଣ ଯେ ରାତି ଅଧରେ 
ଗପୁଛୁ
କାହା ସଙ୍ଗେ ଗପୁଛୁ !
କଣ ଏତେ ଗପୁଛୁ ?
ଚୁପଚାପ୍ 
ଶୋଇପଡ
ସବୁବେଳେ ଗୋଟେ ଦିନ ରାତି ଫୋନ୍ ରେ
ଟପ୍ ଟପ୍ କଲା ?

କି ଯେ ଏଇ ମନ!
ବ୍ରେକ୍ ବେଲ୍ ନଥିବା ଚିକ ମିକିଆ ଗାଡିଟା
କୁଆଡେ କୁଆଡେ ମାଡି ଯିବାକୁ ଚାହୁଁଥିଲା
ଏ ମା' ଆକ୍ସିଡେଣ୍ଟ ହୋଇଯିବ କାଳେ
ଶେଷ ହିଁନ ଶୋଷଟିଏ ନେଇ
ଫୋନ୍ କୁ ବିରତି ଦେଲି।



। Satyabati swain,balikuda,jagatsinghpur.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance