STORYMIRROR

Satyabati Swain

Romance

4  

Satyabati Swain

Romance

ମୁଁ କାହିଁକି ପାରୁନି !

ମୁଁ କାହିଁକି ପାରୁନି !

1 min
22

ଅଛୁ ଅଛୁ ହଠାତ୍ ଆସି ଯାଉଛୁ
ମୋ ଚଲା ରାସ୍ତାରେ
ମୂର୍କି ମୂର୍କି ହସୁଛୁ
କେମିତି ଅଛ ପଚାରୁଛୁ
ତୁ କଣ ଜାଣିନୁ ତୋ ବିନା ମୁଁ କେମିତି ଥିବି!

 ମୁଁ ବି ନା କେଡେ ବୋକା
ତୋତେ ଦେଖିଦେଲେ ବତୁରି ଯାଉଛି
ଅସୁସ୍ଥ ଅସୁସ୍ଥ ଆବେଗ ଖୁସି ଓ ବେକାବୁ ପ୍ରବଣତା ମୋ ଭିତରେ ସଂଚରି ମୁଠା ମୁଠା ମିଠା ଯନ୍ତ୍ରଣା କଲବଲ କରୁଛନ୍ତି ମୋ ତମାମ ମୁହୂର୍ତ୍ତ
ତୁ କିନ୍ତୁ ଓଠ ଚିପି ହସୁଛୁ !

ତୋତେ ଦେଖିଦେଲେ
କାହିଁକି ମୋର ସବୁ ମନେ ପଡି
ତଡିତ୍ ବିଦ୍ୟୁତ ପ୍ରଭାବ
 ନିମିଷକ ପାଇଁସବୁଜ ଡ଼ାଳ ପତ୍ର ମେଲି
ଅନ୍ତର ଫଟାଇ କଅଁଳି ଆସୁଛନ୍ତି
ଅଦୃଶ୍ୟରେ ମୋ ଭିତରେ !
ବିନା ଅଭିଯୋଗ ଏବଂ ଅଭିମାନରେ
ତୁନି ହୋଇ ଶୋଇବା ବାହାନା କରୁଥିବା
ଖୁସି ଅଛି ଦେଖେଇ ହେଉଥିବା
ତୋତେ ସମ୍ପୂର୍ଣ୍ଣ ଭୁଲି ଯାଇ ଆଗକୁ ବଢ଼ିବାରେ ପୋକତ ମିଛ ଅଭିନୟ କରି ମରଣ ଜୀଉଁଥିବା ପ୍ରେମିଳ ମନ ଏବଂ ପ୍ରେମର ଅଙ୍କୁରୋଦ୍ଗମ ।

ତୁ ତ ରାସ୍ତା ଭାଙ୍ଗି ଆମ ସମସ୍ତ ସମ୍ପର୍କ
ଅକ୍ଳେଶେ ଭୁଲି
ଖୁସି ସାଉଁଟିବା ପାଇଁ ଚାଲିଗଲୁ
ପୁଣି ଏସବୁ କଣ !
ତୋ ଆଖି ! ଓଠ!
ଏତେ ବିଶ୍ବାସଘାତକ କାହିଁକି କରନ୍ତି
ତୁ ଧରିଥିବା ହାତ ସହ !

ସବୁ ପାସୋରି ଦେଲୁଟି ତୁ !
ମୁଁ କାହିଁକି ପାରୁନି !
ତୋତେ କି ତୋ ସହ
ବିତେଇଥିବା ସମସ୍ତ ଅନୁଭବ !
ଯାହା ମୋର ଏବେର ଏକମାତ୍ର ପୁଞ୍ଜି।

ଗଲୁ ତ ଗଲୁ ପୁଣି ଅଚାନକ ଆସି
ମୋ ମଳିନ ପଡି ଆସୁଥିବା ଘାକୁ
ଉଖାରିବା କଣ ନିହାତି ଜରୁରୀ !
ପଥର ତୋ ହୃଦୟ
ଫିଙ୍ଗୁଛୁ ଯେବେ ହସ ମୁଠେ ମୋତେ ଦେଖୁ ଦେଖୁ
କେତେ ସରାଗେ ସେ ସବୁ ସାଉଁଟି ନେଇ
 ମୋ ପୁଞ୍ଜିରେ ଯୋଗ କରୁଛି ତୁ କି ଜାଣିଛୁ !

ପରଘରୀ କା ମନକୁଞ୍ଜବନ ରାଧା ଲୋ !
ମୋ ଅପ୍ରକାଶ୍ୟ ମନ ଘର ପ୍ରୀତିର ପ୍ରତିମା
ତୋତେ କଣ ଶୁଭେନି
କେବେ ମୋ ବଂଶୀର କରୁଣ ସ୍ୱର ! Satyabati Swain Balikuda, Jagatsinghpur


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance