STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଶହିଦ ହେଲା ପରେ*

ଶହିଦ ହେଲା ପରେ*

1 min
28

ପଣ କଲି
ରଣ କଲି
ରକ୍ତ ଦେଲି ନିଗାଡ଼ି,
ସ୍ବପ୍ନ ଆହୁତି ଦେଇ ଖୁସି ଦେଲି ଫୋପାଡ଼ି,
ଜୀବନ ଦେଲି ଅଜାଡି
କେବଳ ତୁମରି ପାଇଁ
କୋକେଇ ମୋ ଦେଲି ସଜାଡି।।

ତୁମେ  ସୁଖେ ଶୋଇବ ବୋଲି
ମୁଁ ଉଜାଗର  ପ୍ରହରୀ
ତୁମ ଇଜ୍ଜତ , ସୁରକ୍ଷା ଶପଥ ମୋର
ନେଇଛି  ଶିକ୍ଷା ତୁମ ମୁହେଁ ହସ ଦେଖିବାପାଇଁ
ମୋ ଛାତିରୁ ରକ୍ତ ଦିଏ ବୁହାଇ
ମାଟି ମାଆର ସନମ୍ମାନ, ଗର୍ବ ରଖିବି
ପଣ ମୋ ଜୀବନ ଦେଇ।।

ପାହାଡ  ଜଙ୍ଗଲ  ଛାତି ଚିରି ଜଂଗଲରେ ଘୁରେ ଅନ୍ଧାରକୁ ନ ଡରି ସୀମାର ସୁରକ୍ଷା
ମୋ ମାଆର ରକ୍ଷା
ଜୀବନ ବ୍ରତ ଏହି ମୋର ଦୀକ୍ଷା
ତୁମେ ଖାଅ ଭାତ ଡାଲି କ୍ଷୀରି ପୁରୀ
ମୁଁ ଖାଏ ନିତି ବନ୍ଧୁକ ଗୁଳି
ବନ୍ଧୁକ ଆଗରେ ଜୀବନ ଝୁଲାଇ
ଆତଙ୍କ ବାଦୀ ଆଡ୍ଡାକୁ ଯାଅଇ।।
ମୁଁ ଗୋଟେ ଜଗୁଆଳି
ମୋ ଦେଶ ମାଆର ଶାନ୍ତି ଶୃଙ୍ଖଳା
ସୀମା ଭିତର ବାହାର
ଯାଉ ପଛେ ବେକ ରଖିବି ମୁଁ ଟେକ
ମାଗିବି ନାହିଁ ଛଡାଇ ଆଣିବି ମୋ ହକ
 ଭାରି ଇଛାଟିଏ ରଖିଛି ଜୀବନେ
ଜାତୀୟ ପତାକା ଘୋଡେଇ ମୁଁ ଦିନେ
ସହିଦ ଅମର ରହେ ଡାକରେ
 ଶୋଇବାକୁ ଇଚ୍ଛା ମାଆ ତୋ କୋଳରେ।।

 ମନେ କିନ୍ତୁ କିନ୍ତୁଟିଏ ହୋଇ ଅବଶୋଷ
ମୋ ଛାତିକୁ ଲକ୍ଷ ଗୁଳି ବିଦ୍ଧ କରେ
ବଢ଼ାଇ ମୋ ଶୋଷ
ମୋ ପଛରେ କଣ ହୁଏ
ବୁଢାମାବାପାଙ୍କର
କୁନି ଝିଅ ଛଅମାସର
 ପତ୍ନୀ ଟି ମୋ ତେଇଶି ବର୍ଷର
କେବେ ଥରେ ଭାବିଛକି
 କେମିତି ବଞ୍ଚନ୍ତି ଏକମାତ୍ର ସାହାରାକୁ ହରାଇ !
 ଭାଵ ସେଇ ଜୀଅନ୍ତା ଶବମାନଙ୍କ କଥା
 ବଞ୍ଚିବାର ସାଧନ ଦିଅ 
 ବୁଝ ହେଲେ ଥରେ ତାଙ୍କ କଥା।  

Satyabati swain


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy