Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Tragedy Inspirational

2.1  

Jayashree Maharana

Tragedy Inspirational

ପ୍ରକୃତି କାନ୍ଦୁଛି

ପ୍ରକୃତି କାନ୍ଦୁଛି

1 min
521


ପ୍ରକୃତି କାନ୍ଦୁଛି  ଗୁମୁରି ଗୁମୁରି

ବସନ୍ତ ବିଳମ୍ବେ ହେଉଛି ଝୁରି

ଶୁଭୁନି କାହିଁକି କୋକିଳର ତାନ

ଫଗୁଣ ହସୁନି ରଙ୍ଗକୁ ଭରି ।


ଚତୁର୍ଦ୍ଦିଗ ଜମା ମହକି ଉଠୁନି

ଆମ୍ର ବକୁଳର ମିଠା ବାସରେ

ହଳଦିବସନ୍ତ  ଦେଖାଯାଉନାହିଁ

ବସୁନି ଆଉ ସେ ବୃକ୍ଷ ଶାଖାରେ ।


ମଧୁମକ୍ଷିକାର ମଧୁର ଗୁଞ୍ଜନେ

ଗୁଞ୍ଜରିତ ହେଉନାହିଁ କାନନ

ହୃଦୟେ ମଧୁକୁ ସାଇତି ସୁମନ

ଚାହିଁଛି କେବେ ସେ ଦେବ ଚୁମ୍ବନ ।


ମୃଦୁ ମଳୟର ପରଶ ନିମିତ୍ତ

ହେଉଛି ଧରିତ୍ରୀ ଭାରି ବ୍ୟାକୁଳ

ତା'ର ଖୁସି ପାଇଁ ନୁହେଁ କେ ସଜାଗ

ଭୋଗୁଛି କିବା ସେ ତ୍ୟାଗର ଫଳ ?


ସ୍ୱାର୍ଥରେ ଜଡିତ  ମଣିଷର ଚିତ୍ତ

ବିବେକ ବିଚାର ହେଲାଣି ଶେଷ

ନିଜ ସୁଖ ପାଇଁ ପ୍ରକୃତି କୋଳରୁ

ସବୁଜ ବନାନୀ କରୁଛି ନାଶ ।


ପ୍ରକୃତି ସୁରକ୍ଷା ବିସ୍ମରି ମନରୁ

କୃତ୍ରିମ ଜଗତ କରି ଗଠିତ

ପରିବେଶ ନଷ୍ଟ କରୁଛି ସ୍ୱହସ୍ତେ

ଋତୁଚକ୍ର ନୀତି ହୁଏ ବ୍ୟାହତ ।


ପରିବେଶ ସନ୍ତୁଳନ ରକ୍ଷା ପାଇଁ

ସଜାଗ ହୋଇଲେ ଜଗତବାସୀ

ହସିବ ଧରଣୀ ହସିବ ପ୍ରକୃତି

ଭରିବେ ଆମରି ଜୀବନେ ଖୁସି ।



Rate this content
Log in

Similar oriya poem from Tragedy