STORYMIRROR

Rashmi Ranjan Nayak

Romance Tragedy

4  

Rashmi Ranjan Nayak

Romance Tragedy

ପୁରୁଣା ଫର୍ଦ୍ଦ

ପୁରୁଣା ଫର୍ଦ୍ଦ

1 min
81

ହଁ ଆଜି ମନେପଡ଼େ !

ହଁ ଆଜି ମନେପଡେ ସେଦିନର ବାଲି ଖେଳର କଥା ଯାହା ସାଙ୍ଗ ହୋଇ ଖେଳିଥିଲେ,କିଛି ମିଛ ଥିଲା ଆଉ କିଛି ସତ ମଧ୍ୟ।

ମନେପଡେ ସ୍କୁଲ ଡେସ୍କରେ ତୁମ ନାଁ ଲେଖିବାର କଥା ତୁମ ଖାତା ନିଜ ପାଖରେ ରଖିବାର ଖୁସୀ

ମନେପଡେ।

ହଁ ଆଜି ମନେପଡେ ତୁମର ସେ ପ୍ରେମର ପ୍ରଥମ ଚିଠି ଯାହାକି

ଅ ଆ ରୁ ଆରମ୍ଭ ହୋଇଥିଲା ଆଉ ଶେଷ ଅକ୍ଷର ମୁଁ ପଢି ପାରି ନଥିଲି କାରଣ ନିଦ ଭାଙ୍ଗି ଯାଇଥିଲା।

ହଁ ଆଜି ମନେପଡେ 

ତୁମର ସେ ଚଗଲାମି ରେ ମତେ ବାରମ୍ବାର ବିଛେଦର ଧମକ ଦେବା ଆଉ ଟିକେ କଥାରେ ଲୁହର ବନ୍ୟା ଝରାଇବା ଭୟ ଲାଗେ କିନ୍ତୁ ଚୁପ ରୁହେ .ମନେପଡେ।

ହଁ ଠିକ ମନେପଡ଼େ 

ତୁମ ସେ କଥା କୁହା ଓଠ ଆଉ ସେ ହସୁଥିବା ମୁହଁ କଥା, କେତେବେଳେ ସାତ ରଙ୍ଗର ଇନ୍ଦ୍ରଧନୁ ସାଜି ତ କେତେବେଳେ ମୌସୁମୀ ର ବର୍ଷା ସାଜି ତୁମେ ଆଜିଯାଅ ଆଜି ମନେପଡେ।

ମନେପଡେ ଆଜି।

ତୁମର ସେ ଅଧା ଲେଖା ଚିଠି ସବୁ, ରଂଗହୀନ ଛବି ସବୁ

ଯାହାକୁ ମୁଁ ଚାହିଁ ମଧ୍ୟ ସାଇତି ରଖି ପାରିଲି ନାହିଁ

ଆଜି ମନେପଡେ।

ମନେପଡ଼େ ସେ ଟ୍ରାଫିକ ପୋଷ୍ଟରେ ତୁମ ହର୍ଣ୍ଣର ଶବ୍ଦ

ଆଉ ସେ ଚାଟ ଗୁପଚୁପ ଆଉ

ମକା ଖିଆର ମଜା ମଧ୍ୟ ଆଜି ମନେପଡେ।

କିଛି ଚକଲେଟ ସାଙ୍ଗକୁ କିଛି ଚିରା କାଗକୁ କୁ

ରଖିବାକୁ ଚେଷ୍ଟା କଲି କିନ୍ତୁ ସବୁଥିରେ ବିଫଳ ହେଲି

କିଛି କ୍ୟାମେରା ରଖିଦେଲା ଆଉ କିଛି ହୃଦୟ

ଯାହା ଆଜିବି ମୋର ମନେପଡେ।

ଜାଣେନା ତୁମେ କିଏ ତୁମେ ଏବେ କେଉଁଠି

କିନ୍ତୁ ଆଜିବି ତୁମକଥା ମନେପଡେ ମୋର ମନେପଡେ।

ହେ ମୋର ପ୍ରିୟ ସ୍ୱପ୍ନର ରାଜକୁମାରି

ଅପରିଚିତ ଅଦୃଶ୍ୟ ମୋର ସ୍ୱପ୍ନ ସୁନ୍ଦରୀ

ଏମିତି କିଛି ଅକୁହା କାହାଣୀ

ଆଜି ମନେପଡେ ଆଜି ମନେପଡେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance