ଭଲପାଏ ନୀରବରେ ମୁଁ
ଭଲପାଏ ନୀରବରେ ମୁଁ
ମୁଁ କେବଳ ଭଲପାଏ ତୁମକୁ
ଭଲ ଲାଗେନା କିଛି କହିବାକୁ
ଭାବେ ଭଲପାଏ କି ଏ ବଡକଥାକୁ
କିଏ ବି ଭଲପାଉଥିବ କାହାକୁ
ଭଲପାଏ ବୋଲି ଏ ମତାନ୍ତର
ଭଲ ନ ପାଇଲେ କିଛି ବି ନୁହେଁ ଅନ୍ତର
କହିଲେ କଣ ଭଲପାଇ ହୁଏ
ନା ଭଲପାଅନା କହିଲେ ମନ ବୁଝିଯାଏ
କେବଳ ଏ ଦେଖିବାର ଅନ୍ତର
ଏ ଝରକାର ଚୌକଠାରେ
ମୋ ଘରର ଅଗଣାରେ
ବାରମ୍ବାର ଦେଖାଯାଏ ଛବି
କେବେ ଆବେଗରେ ମୋ ମନର
ଆଇନା ଓ ମନରେ ସବୁ ଦେଖା ଲେଖା
କମ୍ କହିଲେ ବି ବୁଝି ପାରେ ମୁଁ ଏକା
ଚୁକ୍ତି ଏ ଅବଶ୍ୟ ନୀରବତାର
ଅବୁଝା ଅବ୍ୟକ୍ତ ତୁମ ମୋ ମତର
ଝରଣାର ପାଣି ପରି ସେ ବହୁଛି
ଜଣା ନାହିଁ କାରଣ କାହିଁକି ତୁମକୁ ଖୋଜୁଛି
ତୁମେ ପରା ବ୍ୟସ୍ତ ତୁମ ଜୀବନରେ
କୁହୁକ ଭରା କିମିଆ ଖାଲି ମୋ’ରି ମନରେ
ମୋ ପାଇଁ ତୁମର ଭଲପାଇବାର ଇସାରାରେ
ଜୀବନର ଅଧାରୁ ଅଧିକା ଗଲାଣି ବିତି ଅଭିମାନରେ
କିଛି ନ କହିଲେ କାହିଁକି ତୁମେ ବୁଝିବ
ହଜାଇଛି ବୋଲି ଭାବିଲେ ତ ଖୋଜିବ
ଏକା ଆକାଶର ଖୋଲା ମେଲା ଛାତ
ତଥାପି ଦେଖା ହେବା ନୁହଁ ସହଜ ସେତ
ଝରଣା ବି ଖୋଲିଛି ମଳୟର ସୁଗନ୍ଧ ଭରା
କବାଟରେ କାନ ଡେରିଛି ତୁମେ ଆସିବ ପରା
ଏ ଅହଲ୍ୟା ପଥର ନ ହୋଇ ପଥର ପାଲଟିଛି
ଏ ସୀତା ରାମ ପାଖରେ ଥାଇ ବିରହରେ ଜଲୁଛି ।

