ଶ୍ରାବଣୀର ପ୍ରେମିକା
ଶ୍ରାବଣୀର ପ୍ରେମିକା
ପ୍ରେମିକା ଶ୍ରାବଣୀ ପାଉଁଜି ପିନ୍ଧିଛି
ରଙ୍ଗ ଭରିବାକୁ ହୋଲିକୁ ଡାକିଛି।
ଝରଝର ନୟନରୁ ଲୁହ ନ ଝରୁଛି
କେତେ ପ୍ରେମ ସିଏ ଫଗୁଣ କରୁଛି ।
ସେ ଭରେ ସିଏ ଭାରି ଫୁଲୁଛି
ପ୍ରୀତିର ଗୀତିରେ ସବୁଠି ମହକୁଛି ।
ଲୁହା ଠାରୁ ଭାରି ଲୁହର ଧାର
ପାଣିଠୁ ପୁଣି ପୁରୁଣା ଏ ଗାର ।
କୋହ କଣ ସମ୍ଭାଳି ପାରିବ ଭାବିଛି
ତଥାପି ପ୍ରେମରେ ଉଷ୍ମତା ମାପୁଛି ।
ଦେବାରେ ସେ ରଙ୍କୁଣୀ ରାଧା ସାଜିଛି
ମୀରା ପରି ପ୍ରେମରେ ବିଷ ବି ସମ୍ଭାଳିଛି ।
ପ୍ରେମର ସଂସାର ଫଗୁଣର ପରିଭାଷା
ଆଉ ଏ କେବେ ନ ହେବ ରୁଷା ।
ଚଇତିର ନୃତ୍ୟରେ ସୂରୁଜମୁଖୀ ହସୁଛି
ଆଉ ଧରାଟା ସରଗମଣି ମନାଉଛି ।

