STORYMIRROR

Sandhya Rani Panigrahy

Tragedy

4  

Sandhya Rani Panigrahy

Tragedy

Untitled

Untitled

2 mins
17

ଧୋକା ଅତି ନିକଟରୁ ଅତି ପ୍ରିୟ ପାଖରେ

ଧୋକା କଣ ଖାଲି ପ୍ରେମରେ
ଏ ତ ମୁଁ ଭାବେ ସମ୍ପର୍କରେ
ଏଯେ କିଛି କଥା ଲୁଚାଇବାରେ
ସବୁ କଥା ନ କହିବାରେ
ଏବି ସବୁ ନ କହି ତୁମ  ଆଗରେ 
ତୁମ ପଛରେ ମୁହଁ ଖୋଲିବାରେ
ଆଉ କାହା ପାଖରେ ତୁମ ନାମରେ
କିଛି ମିଛ ଗୁଜବ ପ୍ରଚାରରେ
ଏକ ସଂଘବଦ୍ଧ ଭାବେ ସମସ୍ତଙ୍କ ଆକ୍ରମଣରେ
ଆଉ ଜଣେ ସବୁ ଜାଣି ସମୟ ବିତାଇବାରେ 
ସବୁ ବରଦାସ୍ତ କରିବାରେ ନୀରବରେ
ଦୋଷ ଦୁର୍ବଳତା ଘୋଡାଇବାରେ
ସଭିଙ୍କ ଆଗରେ ସମ୍ମାନ ଜଣାଇ ପଟ ନେବାରେ
ଆଉ ନିଜ ଆଖିରେ ଦେଖିବାକୁ ଅପେକ୍ଷାରେ
କାହା କଥାକୁ ମିଛ ଭାବିବାରେ
ସବୁକଥା ସତ ବୋଲି ମାନି ଯିବାରେ 
ଆଶାତୀତ ସଫଳ ରୂପାୟନ ଦେବାରେ
ଭଲପାଇବାର ନିରନ୍ତର ଉଦ୍ୟମରେ
ଏତ ଗଲା ସମ୍ପର୍କରେ ଧୋକା
ବେଳେ କେତେବେଳେ ଭଲପାଇବାରେ
କିଛି ନ କହି ଦୂରେଇ ରହିବାରେ
ଯେତେବେଳେ ଦରକାର ପଚାରିବାରେ
କେତେ ମନରେ ରଖି ଚୁପ ରହିବାରେ
ଆଉ କିଛି ଭିତରେ ଅଛି ଜଣା ନ ପଡିବାରେ
ଏମିତି ବି ଧୋକା ମିଳେ କଥାକଥାରେ
କେତେବେଳେ କି କଥା କହିବାରେ
ଥରେ ଥରେ ତୁମ ସହିତ ଅଛି ଭାବରେ
ଥରେ ଅଧେ ଛାଡି ଚାଲିଗଲା ପରି ଲାଗିବାରେ
କିଛି ସମୟ ଲାଗେ ଏ ମୋ ନିଜର
କିଛି ବେହିସାବ ବେଳେ ଲାଗେ ଅତି ପର
ଏ ମେଘ ବଦଳାଇବାର ବେଳରେ
ବରଷାଟା ଆସେ ନ ବରଷି ଉଡିବାରେ
ଅତି ପରିଚିତ ଲାଗେ ଭାରି ଖଟା ଅବସରରେ 
ଅବେଳରେ ଦରକାରୀ ଲାଗିବାରେ
କାହିଁକି ପ୍ରେମରେ ଆଉ ସମ୍ପର୍କରେ ହତଭାଗୀରେ
ସବୁତକ ଧୋଇ ବତରା ହୋଇ ଗଲେ ବି କିଛି ଅବତୁରାରେ
ଆଉ ଭିଙ୍ଗି ବି ହୁଏନି କି ରଖି କି ସାଇତି ପାରେନା ମନରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy