STORYMIRROR

Sandhya Rani Panigrahy

Romance

3  

Sandhya Rani Panigrahy

Romance

ଅମାନିଆ ଅଭିମାନ

ଅମାନିଆ ଅଭିମାନ

1 min
29

ଅତୀତ ଫଗୁଣର 
ଓ ପହିଲି ପରଶର
ପସରାମେଲି ବସିଛି
ଦୋଛକିରେ ଜୀବନ ରୁଷିଛି
ଫଗୁଣରେ ମଧୁର ବସନ୍ତର
ରାଗ ଅଭିମାନ ମନର
ଆସି ଯିବ ବୋଲି ବାହାରିଛି
ବଉଳ ଫୁଲ ପେନ୍ଥା ପେନ୍ଥା ଚହଟୁଛି
ଝୁଲିଝୁଲି ବାଉଳା ଖାଉଛି
ଖସୁଛି ହସୁଛି ପୁଣି ସୁର ତାଳ ଧରିଛି
ପୁଣି ଫୁଟନ୍ତା ଫୁଲ ଗରବର
ଯୌବନରେ ଉତୁରି ଅମାନିଆର
ମନରେ ଛନକା ଡର ଲାଗୁଛି
ହୃଦୟ ଇନ୍ଦ୍ରଧନୁରେ ରଙ୍ଗଭରିଛି
 ସାତ ରଙ୍ଗରେ ହୋଲି ଖେଳୁଛି
 ମୁଁ ଯେବେଠୁ ନିଜକୁ ଚିହ୍ନିଛି
 ସପନର ବାସ୍ନାରେ ବାରିପଡୁଛି
 ଅଜଣା ଅତିଥିର ଆଗମନ ସମୟରେ
 ଏ  ଭାରି ଭାରି ଖୁବ୍ ବାସୁଛି ମନଟାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance