STORYMIRROR

Sandhya Rani Panigrahy

Tragedy

3  

Sandhya Rani Panigrahy

Tragedy

ଆଉ ମୁଁ ମୁଁ କିଏ ମୋର କି ପରିଚୟ ଏ

ଆଉ ମୁଁ ମୁଁ କିଏ ମୋର କି ପରିଚୟ ଏ

1 min
209

ଆଉ ମୁଁ

ମୁଁ କିଏ

ମୋର କି ପରିଚୟ ଏ

କିମ୍ବୁତକିମ୍ବାକର ଏ ସତରେ

 ମିଛିମିଛିକା ଅଭିନୟରେ

 ମୁଖାତଳେ ଭିନ୍ନ ଏକ ଚେହେରା

 ସମାଜରେ ପ୍ରତିଷ୍ଠିତ ଆଉ ଏକ ପ୍ରଶ୍ନ

 ମିଛ ମୋହ ମାୟାର ମୁଖାରେ

 ଆଉ କେମିତି ଏ ଜୀବନରେ

 ମୋ ମୁଖାତଳେ ମୁଁ ଚଳେ

 କେମିତିଆ ଲୁଚିରହିଛି ଏ ଖେଳେ

 କିଛି ଜଟାଧାରୀ ସନ୍ୟାସୀ ବେଶରେ ରାବଣର

 କିଛି ମାରିଚ ସୁନାବେଶରେ ହରିଣୀର

କେତେ ବକ୍ଷରେ ଜହର ଭରିଛି ପୁତନାର

ଆଉ ଜହର ଜ୍ୱାଲାରେ ଛଟପଟ ଜୀବନ ସଂସାର ।


ଜଠରୁ ଜନ୍ମିଛି ମୁଁ

ମଶାଣି ଜୁଇ ଯାଏଁ ମୁଁ

କିଛି କରିବାରେ ମୁଁ

କିଛି ଦେଇ ଭାଗ ମାଗିବାରେ

ମୋର ଭାଗ ସବୁଥିରେ

ଆଉ ଭାଗଶେଷର ସଲିତାରେ

 ଈଶ୍ବର ଆକ୍ଷେପର ଅଭିମାନରେ

 ସବୁ କରିବା କର୍ମର ଭଲଗୁଣ ମୋର

 ଆଉ ପ୍ରପୀଡିତ ଭଗବାନ ବିଷଜ୍ୱାଳାର

 ଆସ୍ଥା ଖୁବ୍ ସୁଦୃଢ ନିଜ ଉପରେ ମୋର

 ନିଜପାଇଁ ଲେଖେ ମୁଁ ଇତିହାସ ସ୍ବଣ୍ଣାକ୍ଷରର

 ସତେ ଯେମିତି ମୁଁ ସବୁରି ଉପରର

 ବିଶ୍ବାସର ଭିତ୍ତିଭୂମି ପାଉଁଶର ଚାଦର

 ମୁଁ ଖୋଜେ ହଜେ ନିଜ ପାଖରେ ମନରେ

 ଏ ବଳୟ ଭେଦିବାର ଶକ୍ତି ଆଗରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy