STORYMIRROR

Pravasini Senapati

Tragedy

3  

Pravasini Senapati

Tragedy

ବଧୁ ନିରୁପମା ଭାଗ...୩

ବଧୁ ନିରୁପମା ଭାଗ...୩

1 min
139

ବଧୁ ନିରୁପମା କି ଦେବି ଉପମା

ସୁକୁମାରୀ ସୁନା ଗୋରୀ

ମଧୁ ମଧୁ ହସେ ବଧୁଲି ଓଠୁ ତା

ମୁକୁତା ପଡୁଛି ଝରି ।


ମଧୁ ଜାମିନୀର ର ମଧୁର ସପନେ

ମତୁଆଲୀ ମଧୁମତି

ହୃଦୟେ କଳପେ ମଧୁର ଆଳାପେ

କଟିଯିବ ମଧୁ ରାତି ।


ଆସି ଉପନୀତ ମଧୁର ମୁହୂର୍ତ୍ତ

ପହିଲି ମିଳନ ରାତି

ଲାଜେ ଲାଜେ ଗୋରୀ ପଡିଲା ଝାଉଁଳି

ପାଶେ ତା ଜୀବନ ସାଥୀ ।


ଦେଖିଲା ତା' ପତି ମଦ୍ୟପି ଲମ୍ପଟି

ମିଥ୍ୟା ତା'ର କଳପନା

ଯେତେ ଦେଖିଥିଲା ସୁନେଲି ସପନ 

ସବୁ ହେଲା ଚୁନା ଚୁନା।


ନିଶାସକ୍ତ ପତି ଘୁରିଗଲା ମତି

ବିଳପୀ ଉଠେ ହୃଦୟ

କି କଲୁ କି କଲୁ ରେ ଭାଗ୍ୟ ମୋ ସାଥେ

ଏ କେମିତି ପରାଜୟ ।


ଦେଖିଥିଲି କେତେ ମଧୁର ସପନ

ଭାଙ୍ଗିଦେଲୁ ସବୁ ବିହି

ହୃଦୟକୁ ଦେଲୁ ତୁ ଯେଉଁ ଆଘାତ

କାହାକୁ ପାରିବି କହି??


ମାଗିଥିଲି ଗୋଟେ ସୁନ୍ଦର ହୃଦୟ

ମନ ଜାଣି ଦେବ ପ୍ରୀତି

କି ଦୋଷେ ରେ ବିହି ନିର୍ଦ୍ଦୟ ହେଲୁ ତୁ

ଦେଲୁ ନିଶାସକ୍ତ ପତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy