ଏକାକୀ
ଏକାକୀ
ଏକା ଏକା ଚାଲୁଅଛି ଜୀବନର
କଣ୍ଟକିତ ଅନ୍ଧାରୀ ରାସ୍ତାରେ......
କେହି ନାହିଁ ସହାଯାତ୍ରୀ ତୁମ ଛଡା
ଏଇ ଶୂନ୍ୟ, ବିଜନ ପଥରେ।
କେବେ ଖାଲ, କେବେ ଢ଼ିପ ,
ଭୟଙ୍କର-- ଉଠାଣି, ଗଡାଣି......
କେବେ ନଦୀ, କେବେ ନାଳ
କେବେ ପଡ଼େ ନିଘଞ୍ଚ ବନାନୀ ।
କେବେ ରାସ୍ତା ପଥେ ମୋର ,
ଶୁଭିଯାଏ ହିଂସ୍ର ପଶୁ ରଡି......
ସତେ ଅବା ଝାମ୍ପି ନେବ
ମୋ ଆଡ଼କୁ ଆସୁଅଛି ମାଡି ।
କେବେ ଝଡ କେବେ ଝଞ୍ଜା
କେବେ ଆସେ କ୍ରୁର ବିଭୀଷିକା.....
ତୁମ ନାମ ତୁଣ୍ଡେ ନେଇ
ନିର୍ଭୟରେ ଚାଲିଛି ମୁଁ ଏକା ।
କେତେ କେତେ ବାଧା ବିଘ୍ନ
ଆସେ ପୁଣି ଯାଏ ଅପସରି.......
ଅନାୟାସେ ଚାଲୁଥାଏ
ତୁମ ଠାରେ ଭରସା ମୁଁ କରି ।
ଜାଣିଛି ହେ କୃପା ମୟ
ତୁମେ ଏକା ସତ ସହଯାତ୍ରୀ .......
ମିଛ ମାୟା ଦୁନିଆରେ ଆଉ ସବୁ
ସ୍ୱାର୍ଥ ପାଇଁ ସାଥି ।
