ବଧୁ ନିରୁପମା ଭାଗ...୪
ବଧୁ ନିରୁପମା ଭାଗ...୪
ମନକୁ ବୁଝାଇ ଆଖିର ଲୁହକୁ
ପଣତରେ ଦେଲା ପୋଛି
ମୋ ଭାଗ୍ୟର ଲେଖା ମୋତେ ହିଁ କେବଳ
ଭୋଗିବାର ଏଠି ଅଛି ।
ଯାହା ମୋତେ ଦେଲା ନିଷ୍ଠୁର ଦଇବ
ତାହା ବୋଧେ ମୋର ପ୍ରାପ୍ୟ
ପୂର୍ବ ଜନମର କିଛି ପାପ ଫଳ
ଅବା କେଉଁ ଅଭିଶାପ ।
ଯେତିକି ପାଇଛି ସେତିକିରେ ଖୁସି
ନାରୀର ପ୍ରଥମ ଧର୍ମ
ପତିଙ୍କ ପାଦରେ ମଥା ରଖି ସଦା
କରିଯିବି ମୋର କର୍ମ ।
ପତନରୁ ରକ୍ଷାକରି ମୁଁ ପାରିବି
ପତ୍ନୀ ନାମ ମୋର ଯେଣୁ
ଭଲ ମନ୍ଦ କିଛି ବିଚାର ନକରି
ଢାଳି ଯିବି ପ୍ରେମ ରେଣୁ ।
କିଛି ଭାବି ବୋଧେ ଦଇବ ଦେଇଛି
ସେ ହାତେ ମୋ ହାତ ଛନ୍ଦି
ପାରିବେନି ଖସି ଏମିତି ରଖିବି
ମୋ ପ୍ରେମ ଡୋରରେ ବାନ୍ଧି ।
ଏତେ ସବୁ ଭାବି ନିରୁପମା ଓଠୁ
ଉକୁଟିଲା ହସ ଜ୍ୟୋତି
ପତିଙ୍କ ପାଦରେ ମଥା ରଖି ତା'ର
କଟିଗଲା ମଧୁରାତି ।