STORYMIRROR

Ranjan kumar Mohanty

Abstract

3  

Ranjan kumar Mohanty

Abstract

ଗୋମାତା

ଗୋମାତା

1 min
210

ସାଗର ସମ୍ଭୁତା ତୁ ଜଗତମାତା 

ସର୍ବଦେବ ତୋର ଦେହେ 

ତୋ ବତ୍ସା ଅଇଁଠା ଖାଉଥାନ୍ତି ପ୍ରଭୁ 

ତୋଠାରୁ ବଡ଼ କେ ନୁହେଁ 

ବିଶ୍ୱକୁ ବାତ୍ସଲ୍ୟ ସ୍ନେହେ 

କରିଅଛୁ ତୁହି ଅତି ଆପଣାର 

ଅତୁଟ ସମ୍ପର୍କ ମୋହେ 


ଶୁଦ୍ଧିକରଣରେ ଗୋମୟ ଗୋମୂତ୍ର 

ଲୋଡ଼ା ହୋଇଥାଏ ପୁଣି 

ମଳ ମୂତ୍ର ନୁହେଁ ଆୟୁର୍ବେଦ କହେ 

ସେତ ଔଷଧର ଖଣି 

ସ୍ତନରେ ଅମୃତ ଆଣି 

ରଖି ଅଛୁ ତୁହି ଜଗତ ହିତରେ 

ସଭିଙ୍କୁ ନିଜର ମଣି 


ତୋହରି ଆଶିଷ ରାଜା ଦିଲ୍ଲୀପଙ୍କୁ 

ପୁତ୍ର ସନ୍ତାନ ଯେ ଦେଲା 

ତୋତେ ଅପମାନ କରି ବିଶ୍ଵାମିତ୍ର 

ଋଷି ଗର୍ବ ଚୁନା ହେଲା 

ସଭିଏଁ ତୋହରି ପିଲା 

କ୍ଷୀର ଦେଇ ପରା ମା ପରି ପାଳୁ 

ଧନ୍ୟ ଧନ୍ୟ ତୋର ଲୀଳା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract