ଗୋମାତା
ଗୋମାତା


ସାଗର ସମ୍ଭୁତା ତୁ ଜଗତମାତା
ସର୍ବଦେବ ତୋର ଦେହେ
ତୋ ବତ୍ସା ଅଇଁଠା ଖାଉଥାନ୍ତି ପ୍ରଭୁ
ତୋଠାରୁ ବଡ଼ କେ ନୁହେଁ
ବିଶ୍ୱକୁ ବାତ୍ସଲ୍ୟ ସ୍ନେହେ
କରିଅଛୁ ତୁହି ଅତି ଆପଣାର
ଅତୁଟ ସମ୍ପର୍କ ମୋହେ
ଶୁଦ୍ଧିକରଣରେ ଗୋମୟ ଗୋମୂତ୍ର
ଲୋଡ଼ା ହୋଇଥାଏ ପୁଣି
ମଳ ମୂତ୍ର ନୁହେଁ ଆୟୁର୍ବେଦ କହେ
ସେତ ଔଷଧର ଖଣି
ସ୍ତନରେ ଅମୃତ ଆଣି
ରଖି ଅଛୁ ତୁହି ଜଗତ ହିତରେ
ସଭିଙ୍କୁ ନିଜର ମଣି
ତୋହରି ଆଶିଷ ରାଜା ଦିଲ୍ଲୀପଙ୍କୁ
ପୁତ୍ର ସନ୍ତାନ ଯେ ଦେଲା
ତୋତେ ଅପମାନ କରି ବିଶ୍ଵାମିତ୍ର
ଋଷି ଗର୍ବ ଚୁନା ହେଲା
ସଭିଏଁ ତୋହରି ପିଲା
କ୍ଷୀର ଦେଇ ପରା ମା ପରି ପାଳୁ
ଧନ୍ୟ ଧନ୍ୟ ତୋର ଲୀଳା ।