ପ୍ରେତାତ୍ମା ଓ କୋଠି
ପ୍ରେତାତ୍ମା ଓ କୋଠି


ଅହଂକାର ଭରା ଅନ୍ଧାରି ଗଡ଼ରେ
କଲା କର୍ମ ସବୁ ପ୍ରେତାତ୍ମା ସାଜେ
ନିଃସଂଗ ଜୀବନ ସାଜେ ଭୂତକୋଠି
ସ୍ୱାର୍ଥର କଙ୍କାଳ ଯହିଁ ବିରାଜେ
କଲା କରମର ଲାଜେ
ଭୟରେ ଥରଇ ଶରୀରର ଅସ୍ଥି
ପ୍ରେତାତ୍ମା ନାଚନ୍ତି ଅତି ମଉଜେ ।
ଅତୀତ କୁକର୍ମ ଅପରେ ପୀଡ଼ନ
ଦୟନୀୟ ଯେବେ କରେ ଅବସ୍ଥା
ଶଷ ମୁହୂର୍ତ୍ତରେ ଅଚଳ କାୟାରେ
ମଣିଷ ଛାଡ଼ଇ ସକଳ ଆସ୍ଥା
ନାହିଁ ବିକଳ୍ପ ବ୍ୟବସ୍ଥା
କର୍ମଫଳ ସବୁ ପଛରେ ଗୋଡ଼ାନ୍ତି
ଜୀବନର ମୂଲ୍ୟ କରିଣ ଶସ୍ତା ।