ହାଟ
ହାଟ
1 min
114
ସଂସାର ହାଟରେ ସଉଦା ହୁଅଇ
କରମ କଉଡ଼ି ନେଇ
ଦୁଃଖ କିଣିବାକୁ ଗ୍ରାହକ ନଥାଇ
ସବୁ ରୁଣ୍ଡ ସୁଖ ଠାଇଁ
ସମତା ଦୃଷ୍ଟିକୁ ଦେଇ
ଧର୍ମ ମୂଲ ନେଇ ବାଣ୍ଟି ଥାନ୍ତି ପ୍ରଭୁ
ସୁଖ ଦୁଃଖ ସମ କହି
ସୁଖର ଚାହିଦା ଅଧିକ ଥିଲେବି
ଦୁଃଖର ଓଜନ ବେଶୀ
ହାଟର ବେପାରୀ ସେ କଳା ନାଉରୀ
ହିସାବ ଦିଅଇ କଷି
ନିଜ ଦୋଷେ ପ୍ରାଣୀ ଦୋଷୀ
ଭଲ ଅବା ମନ୍ଦ ସବୁରେ ଆନନ୍ଦ
ଜୀବନ ତ ଗୋଟେ ଖୁସି
