ରହସ୍ୟ
ରହସ୍ୟ
ଜୀବନ କାହାଣୀ ରହସ୍ୟରେ ଭରା
ଅନିଶ୍ଚିତତାର ଅନ୍ଧାରି ଗଡେ
ସମୟ କ୍ରମରେ ପରଦା ଉଠଇ
ସୁଖ ଦୁଃଖ ଭରା ସପନ ଝଡ଼େ
ତଥାପି ଆଗକୁ ବଢେ
ଅଟକି ନ ଯାଇ ଆଲୋକ ସନ୍ଧାନେ
ସମ୍ଭାବନାର ସେ ପାହାଚ ଚଢେ ।
କାଲି ଯାହା ଥିଲା ରହସ୍ୟରେ ପୂର୍ଣ୍ଣ
ଆଜି ତାହା ହୁଏ ମୁଖ୍ୟ ଖବର
ଜୀବନ କାଗଜେ କେବେ ଦୁଃସମ୍ବାଦ
କେବେ ପୁଣି ହୁଏ ସୁ ସମାଚାର
ତଥାପି ନଥାଏ ଡର
ମଣିଷ କରଇ ସତ୍ୟର ସଉଦା
ଅନ୍ଧାରେ ଆକଳେ ଅସତ୍ୟ ଦର ।