25.ଅସୁରକ୍ଷିତ ପରୀ
25.ଅସୁରକ୍ଷିତ ପରୀ


ଡଷ୍ଟବିନ ଗର୍ଭୁ ତୋ ଜନ୍ମ ଖୋଜୁ ପରିଚୟ
ବାସନ ମାଜିଣ କଟେ ତୋ ବାଲ୍ୟ ସମୟ
ଯୌବନେ ନିର୍ଭୟା
ଅସହାୟ କାୟା
ପୁରୁଷ ରୂପି ପାପୀର ଅହେତୁକ ଭୟ ।
କନ୍ୟା ବୋଲି ନୁହଁ ତୋତେ ଭାବି ଚାକରାଣୀ
ଅନ୍ଧାରେ ଲେଖନ୍ତି ତୋର ଭବିଷ୍ୟ କାହାଣୀ
ଲୁହର କାଳିରେ
ଅନ୍ଧାରି ଗଳିରେ
ତୋର ବିକ୍ରି ପାଇଁ ବସେ ଅସଂଖ୍ୟ ବିପ୍ପଣୀ ।
ପରିଚୟ ଦେବାପାଇଁ କେତେ ପଛ ଘୁଞ୍ଚା
ଶଯ୍ୟାସଂଗୀ କରିବାକୁ ଅର୍ଥ ହୁଏ ସଞ୍ଚା
ତୋ ମାଂସର ମୂଲ
ହୁଅଇ ତଉଲ
ପୁରୁଷାର୍ଥ ହାଟେ ଗ୍ରାହକ ଯେ ମେଞ୍ଚା ମେଞ୍ଚା ।
ଅସୁରକ୍ଷିତ ପରୀ ତୁ ସ୍ବପ୍ନ ଆକାଶରେ
ସମ୍ପର୍କ ତଣ୍ଡୁଳ ମୋହେ ପଡ଼ିଛୁ ଫାଶରେ
ଥରେ ଡେଣା ଝାଡ଼ି
ଭୟକୁ ତୁ ଛାଡି
ସଂଗ୍ରାମ କରିବା ଶିଖ ଆତ୍ମ ବିଶ୍ୱାସରେ ।