STORYMIRROR

Ranjan kumar Mohanty

Abstract

3  

Ranjan kumar Mohanty

Abstract

ଲେଖା ପଛର ପ୍ରେରଣା

ଲେଖା ପଛର ପ୍ରେରଣା

1 min
222


କଲମ ମୁନର କ୍ରିୟାଶକ୍ତି ତୁମେ 

ଲେଖିବା ପଛର ଆଦ୍ୟ ପ୍ରେରଣା 

କେତେ କେତେ ତଥ୍ୟ ଯୋଗାଇ ଦେଇଣ 

ପୂର୍ଣ୍ଣ କରିଅଛ ସୃଷ୍ଟି ଅଗଣା 

ତୁମେ ଅପୂର୍ବ ବର୍ଣ୍ଣନା 

ଜଡ଼ ଦେହେ ତୁମେ ଜୀବନର ସ୍ପର୍ଶ

ନୀରବ କଲମେ ନୂଆ ରଚନା।


ତୁମେ ତ ସୃଷ୍ଟିର ସ୍ୱର୍ଣ୍ଣିମ ସ୍ଵାକ୍ଷର 

ପ୍ରତିଟି ପ୍ରାନ୍ତରେ ତଵ ଆଶିଷ 

ମୁଖରିତ ଧରା ଗାଇ ତଵ ଗୁଣ 

ଆନନ୍ଦିତ ହୁଏ ରାତ୍ରି ଦିବସ 

ତୁମେ ଅଦମ୍ୟ ପ୍ରୟାସ 

ପରମା ପ୍ରକୃତି ପୁରୁଷର ଶକ୍ତି 

ପ୍ରାଣେ ପ୍ରାଣେ ତୁମେ ପୂତ ପ୍ରଶ୍ୱାସ ।


ତୁମ କରୁଣାରେ ପଙ୍ଗୁ ଚଢେ ଗିରି 

 ମୂକ ପଢି ପାରେ ବେଦ ପୁରାଣ 

ସକଳ ସୃଷ୍ଟିର ତୁମେ ତ ଆଧାର 

ପଲକରେ କର ନବ ନିର୍ମାଣ 

ତୁମେ ସତ୍ୟ ଚିରନ୍ତନ 

ମୋ ଜଡ଼ ଲେଖନୀ ତୁମ ପ୍ରେରଣାରେ 

ନିମିଷକେ ପୁଣି ହୁଏ ଚେତନ।


Rate this content
Log in

Similar oriya poem from Abstract