STORYMIRROR

Geeta Sarangi

Inspirational Others Abstract

3  

Geeta Sarangi

Inspirational Others Abstract

ଜୀବନ ଗୀତା-୨୫୯

ଜୀବନ ଗୀତା-୨୫୯

2 mins
26.6K


ଜୀବନ ହାଟରେ କେତେ ବିକାକିଣା

ନଗଦ କାହାର କାହାର ଉଧାର

କିଏବା ସଉଦା ନିଅଇ ମାଗଣା ॥୦॥

ଜୀବନ ହାଟର ଆକର୍ଷଣ ଯେତେ

ତାକୁକେ ଏଡାଇ ପାରିବବା ସତେ

ହାଟର ହାଟୁଆ ଫେରେ ଏକୁଟିଆ

ସାରିଦେଇ ସବୁ ଦେଏଣା ପାଉଣା ॥୧॥

ଥଳି କାର ପୂରିଯାଏ ପୂରାପୂରି

କାହାରବା ଅଧା ରହିଯାଏ ଥଳି

ହାଟ ସରିଗଲେ ହାଟୁଆ ତ ଫେରେ

ଫେରିବା ପଥରେ କେତେଯେ ଗଞ୍ଜଣା ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational