STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୪୪୮

ଜୀବନ ଗୀତା-୪୪୮

1 min
207

ଜୀବନ ଗୀତା-୪୪୮

ମୋର ପ୍ରିୟ ପାଠକ ମାନଙ୍କୁ ସମର୍ପିତ ।

ଅଜବ ଜୀବନ ଭଳି

ଅଜବ ଏ ଆଜିର ସମୟ

ଭିତରେ ନୀରବ ସର୍ବେ

ବାହାରଟା କେତେ ଶବ୍ଦମୟ ॥୦॥

ମନକୁ ଛୁଏଁନି ଏବେ

କାହାରି ଦରଦ

ଦୁନିଆଟା ପୂରାପୂରି

ସିନା ବେଦରଦ

ଅନ୍ତରେ ଅଳନ୍ଧୁ ଜମା

ବାହାରଟା କେତେ ଶୁଭ୍ରମୟ ॥୧॥

ଭିତରଟା ଭୟଙ୍କର

ଭାବରେ ଅଂଧାର

ଦୀପଟିଏ ଜାଳିବାକୁ

ଇଚ୍ଛାନାହିଁ କାର

ଅନ୍ତରେ କାଳିମା ରଖି

ବାହାରକୁ କେତେ ଜ୍ୟୋତିମୟ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational