STORYMIRROR

Nibedita Panda

Inspirational

4  

Nibedita Panda

Inspirational

ନିଃଶ୍ବାସରେ ତୁମେ ବିଶ୍ବାସରେ ତୁମେ

ନିଃଶ୍ବାସରେ ତୁମେ ବିଶ୍ବାସରେ ତୁମେ

1 min
13


ନିଃଶ୍ବାସରେ ତୁମେ ବିଶ୍ବାସରେ ତୁମେ

     ଦିବ୍ୟ ମାନସ ମନ୍ଥନ,

ଜୀବନ ସତ୍ତାରେ ଥାଅ ଗୋପନରେ

   ଆତ୍ମା ରୂପେ ଚିରନ୍ତନ।

    

ଅତୁଟ ବିଶ୍ୱାସେ ସାନିଧ୍ୟର ଆଶେ

   ଦର୍ଶନର ଅନୁରାଗେ,

ଅନ୍ତର୍ମୁଖୀ ମନ କରଇ ଚିନ୍ତନ 

    ଧ୍ୟାନ ମନନ ପ୍ରୟୋଗେ। 


 ତୁମରି ନାଆଁରେ ସକାଳ ଆରମ୍ଭ

   ତୁମରି ନାଆଁରେ ଶେଷ,

ଦିନଠାରୁ ରାତି ସମସ୍ତ କାର୍ଯ୍ୟରେ

   ସବୁଠି ତୁମ ଆଭାଷ।


ସକାଳ ଧୂପରେ ସଞ୍ଜ ଆଳତୀରେ

    ଅନୁଭବିଥାଏ ମୁହିଁ,

ଦିନର ଆରମ୍ଭ ତୁମ ନାମେ ହେଲେ

   ଶୁଭେ ଦିନ ବିତିଥାଇ।


ଅନ୍ତର ଆତ୍ମାରେ ତୁମେ ମହାପ୍ରଭୁ 

    ଲୁକ୍କାୟିତ ଭାବେଥାଅ,

ଅର୍ନ୍ତଦୃଷ୍ଟି ମନେ,ଅନୁଭବ ଜ୍ଞାନେ

    ସହାୟକ ତୁମେ ହୁଅ।

    

ତୁମରି ଈଛାକୁ ସର୍ବାଗ୍ରେ ପ୍ରାଧାନ୍ୟ

     ଦେଇଛି ଜୀବନ ସାରା,

ଇଚ୍ଛାରେ ମଙ୍ଗଳ ସର୍ବଦା ନିହିତ 

     ପ୍ରୀତି ପୂର୍ଣ୍ଣ ଭାବଭରା।


ଅସହାୟ ବେଳେ ତୁମ ସହାୟତା

   ଅନୁଭବିଛି ମୁଁ ହୃଦେ,

ଭାବରେ ସର୍ବଦା ବାନ୍ଧି ହୋଇଥାଅ

   ଅଭାବେ ଅନ୍ତର କାନ୍ଦେ।

    

ସୁନ୍ଦର, ସ୍ୱର୍ଗୀୟ ,ଅମୃତ ବନ୍ଧନ

    ସୁଦୃଢ ବିଶ୍ବାସେ ଥାଏ,

ଅବିଶ୍ବାସ ଭାବ ବନ୍ଧନ ରହିତ

    ଆତ୍ମାକୁ ତ କଷ୍ଟ ଦିଏ।


ତୁମରି ଇଚ୍ଛାରେ ମଙ୍ଗଳ ନିହିତ

    ସର୍ବଦା ସବୁକ୍ଷଣରେ,

ପୂର୍ଣ୍ଣ ସମର୍ପଣ ନିତି ପ୍ରତିକ୍ଷଣ

    ଚତ୍ମକାରିତା ପଣରେ।


ଏ ଛାର ଜୀବନ ତୁମ ଦାନ ପ୍ରଭୁ

    ଅନ୍ତରରେ ବିରାଜିତ,

କରି କରାଉଛ ଆପଣା ଇଚ୍ଛାରେ 

    ନ ବୁଝି ହୁଏ ଭ୍ରମିତ।


ସତ୍ୟର ଭାବନା ମୋ' ମନରେ ଆସୁ

    ସତ୍ ପଥେ ଥାଉ ମତି,

ବିଚ୍ୟୁତ ନ ହୁଏ ସେ ପଥୁ ଜୀବନେ

    ଦୂରେଇ ଦିଅ ଦୁର୍ଗତି।


ନିଃଶ୍ବାସେ ବିଶ୍ବାସ ନାହିଁ ମହାବାହୁ 

  ଆତ୍ମା ଉଡିଗଲେ ଶେଷ ,

ତୁମ ଚେତନାର ମୃଦୁ ମହକରେ

   ରହିବନି ଅବଶୋଷ।


ଆତ୍ମାରେ ରହିଛି ତୁମରି ସ୍ବାକ୍ଷର ,

   ସଂସାର ବିଧିବିଧାନ,

ଆତ୍ମା ପରତ୍ମାର ଅପୂର୍ବ ବନ୍ଧନ

  ସ୍ୱଚ୍ଛ ମିଳନ ସୋପାନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational