STORYMIRROR

Nibedita Panda

Inspirational

4  

Nibedita Panda

Inspirational

ଗ୍ରାମ ପଥ

ଗ୍ରାମ ପଥ

1 min
14

     .....ଗ୍ରାମ ପଥ......

ଗାଆଁ ପରିବେଶ ସବୁଜିମା ହୀନ

     ଆଗଭଳି ଆଉ ନାହିଁ ସୁନ୍ଦର,

ଅଙ୍କା ବଙ୍କା ସେଇ ଚିହ୍ନା ଗାଁ ପଥ ଟି

  ଆଉ ଲାଗୁନି କାହାକୁ ନିଜର।


ଖେଳୁଥିଲୁ ଯେଉଁ ପଡିଆରେ ଦିନେ

    ସେ ଖେଳ ପଡିଆ ଶ୍ରୀହିନ ଦିଶେ,

ଗାଆଁ ନଈ ତୁଠ ଆଉ ଜମା ନାହିଁ

     ଗାଧାନ୍ତିନି ସେଠି କେହି ହରଷେ।


ଲାଉ କଖାରୁ କି ପୋଇ ଗଛ ଲତା

    ମାଡୁ ନାହିଁ ଆଉ ଘର ଚାଳରେ,

ଛଣ ଛପରର ଘର ନାହିଁ ଆଉ

    ବଦଳି ଯାଇଛି ଏବେ ଛାତରେ।


ଘରେ ଛାଡି ନିଜ ଘରଣୀ ରାଣୀ କୁ

     ବିଦେଶ ଯାଉନି ସ୍ବାମୀ କାହାର,

ବାହାଘର ପରେ ଚାଲି ଯାଉଛନ୍ତି

    ଧରି ଏବେ ନିଜ ନିଜ ସଂସାର।


ଗାଆଁ ରେ ରହନ୍ତି ବାପାମାଆ ଏକା

    ଅଲୋଡା ହୋଇକି ସବୁ ସମୟେ,

ଜୀବନ ତାଙ୍କର ଶେଷ ହେବା ପରେ

      ଆସନ୍ତି ସବୁ ଅନ୍ତିମ ବିଦାୟେ।


ଗ୍ରାମ ପଥ ଦେଇ ଆସିଥିବା ବୋହୂ

      ଫେରିବା ବିଶ୍ୱାସ ନ ଥାଏ କା'ର

କିଏ ଜାଣେ କେଉଁ ଦୂର ବିଦେଶରେ

    କରିବ ଯାଇକି ତା' ନିଜ ଘର।


ଆଧୁନିକତା ର ସୁନେଲି ମାୟାରେ

    ହଜିଛି ଗାଆଁ ର ସରଳ ଭାବ

କୃଷକ ଛାଡିଛି କୃଷି କର୍ମ ତାର

     ସବୁଠାରେ ଆଜି ଦୁରୁପଯୋଗ।

 

ଭାଇ ଭାଇ ଙ୍କ ଭିନ୍ନେ ବଣ୍ଟା ମଧ୍ୟରେ

    ବଳି ପଡୁଛନ୍ତି ବାପା ଓ ମାଆ,

ପର ଝିଅ ଟି ବି ସାଜୁଛି ବଇରୀ

    ନିଜ ରକତ ବି ହେଉନି ସାହା।


ହେ ଚିର ବନ୍ଦିତ ! ପ୍ରିୟ ଗ୍ରାମପଥ

      ବାଲ୍ୟ ଜୀବନର ତୁ ପ୍ରିୟ ସାଥି ,

ଯୌବନ ବେଳର ଜହ୍ନ ଜୋଛନାର

     ଚପଳ ମନର ଚାନ୍ଦିନୀ ରାତି ।।


ଅସମ୍ଭବ ଲାଗେ ଖଇ ,କଉଡିରେ 

      ତୋ ପଥ ଉପରେ ଶେଷ ବିଦାୟ ,

ତଥାପି ଜୁଇରେ ତୋ ଧୂଳି ମୁଠାଏ  

       ଖୋଜି ହେଉଥିବ ମୃତ ହୃଦୟ ।।


     *ନିବେଦିତା ପଣ୍ଡା, ରାଉରକେଲା*



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational