STORYMIRROR

Nibedita Panda

Inspirational

4  

Nibedita Panda

Inspirational

ମର୍କଟ ଗଳାରେ ମୁକ୍ତାମାଳଅସନ୍ତୋଷର ଯଜ୍ଞସ୍ଥଳ

ମର୍କଟ ଗଳାରେ ମୁକ୍ତାମାଳଅସନ୍ତୋଷର ଯଜ୍ଞସ୍ଥଳ

1 min
15

  ଅଯୋଗ୍ୟ ହାତରେ ଦାୟିତ୍ଵ ଟି ଦେଲେ

    ବିଫଳତା ସୁନିଶ୍ଚିତ,

ମର୍କଟ ଗଳାରେ ମୁକ୍ତାହାର ସମ

    ହୋଇଛି ତା' ପରୀକ୍ଷିତ।


ଦକ୍ଷ୍ୟ ଲୋକ ଜାଣେ ବ୍ୟବହାର ବିଧି

    ଅଜଣା ହସ୍ତରେ ବିଷ,

ବ୍ୟବହାର ଗତ ତ୍ରୁଟିରୁ ଉପୁଜେ

    ଅନେକଙ୍କ ଅସନ୍ତୋଷ।


ଦକ୍ଷ୍ୟତା ଟି ସ୍ବୟଂ ନିଜସ୍ଵ ବ୍ୟାପାର

    ଐଶ୍ୱରୀୟ ସୃଷ୍ଟି କଥା,

କେହି କାହା ସହ ସମାନ ନୁହଁନ୍ତି 

    ଯାହା ସୃଜନଶୀଳତା।


ମୂଲ୍ୟ ଯେ ନଜାଣେ ବହୁ ମୂଲ୍ୟ ପାଏ

    କରେ ଅପବ୍ୟବହାର,

ଦଳାଚକଟାର ସାମଗ୍ରୀ ଭାବରେ

     କରିଥାଏ ହତାଦର !


ଯେପରି ମର୍କଟ ମୁକ୍ତା ମାଳ ପାଇ

    ଭାଙ୍ଗି ଥିଲା ନିଜ ଦାନ୍ତେ,

ମୂଲ୍ୟ ନଜାଣିକି ନଷ୍ଟ କରି ଥିଲା

    ଗଳାରେ ଥିବା ପର୍ଯ୍ୟନ୍ତେ।


ସମସ୍ତ କ୍ଷେତ୍ରରେ ଏ ନିୟମ ଲାଗୁ

    ହୋଇଥାଏ ସବୁବେଳେ,

ଯୋଗ୍ୟ ଅଯୋଗ୍ୟର ମୂଲ୍ୟକୁ ବିଚାରି

    କାର୍ଯ୍ୟଟି କର କୈାଶଳେ।


ଅଧିକାର ଆଉ କର୍ତ୍ତବ୍ୟ ଅବଶ୍ୟ

   ଉଭୟେ ପରିପୂରକ ,

ଅଧିକାର ଭାବି ଅନଧିକାରର

   ହୁଅନା ପୃଷ୍ଠପୋଷକ !


ଉତ୍ତମ ବ୍ୟକ୍ତିକୁ ଅଧିକାର କେବେ

    ମାଗିବାକୁ ପଡେନାହିଁ ,

ନମ୍ରତାପଣରେ ନଇଁ ନଇଁ ଆସେ

   ସୁଧୀର, ପ୍ରଶାନ୍ତ ହୋଇ !


ନ୍ୟସ୍ତସ୍ଵାର୍ଥୀମାନେ ଦର୍ପେ ଅହଙ୍କାରେ

    ସାଜିଥାନ୍ତି ଦାବିଦାର ,

ଦାବି, ଅଧିକାର ମଧ୍ୟରେ କରନ୍ତି

   କର୍ତ୍ତବ୍ୟକୁ ପରିହାର !


ଅଧିକାର ସହ ନିଜସ୍ୱ କର୍ତ୍ତବ୍ୟ

   ଉଭୟେ ପରିପୂରକ ,

ଅଧିକାର ଆଶା କରିବା ପୂର୍ବରୁ

   ହୁଅ କର୍ତ୍ତବ୍ୟପାଳକ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational