STORYMIRROR

Nibedita Panda

Inspirational

4  

Nibedita Panda

Inspirational

ପାନ୍ଥଶାଳା

ପାନ୍ଥଶାଳା

1 min
21


ସାଇତି ରଖିଛି କେତେ ହସ୍ତାକ୍ଷର

     ପୁରୁଣା କାନ୍ଥରେ ତାର,

ଅନେକ କାହାଣୀ ମୁକସାଖୀ ସିଏ

    ସୀମା ହୀନ ଘଟଣାର।


ପରିଚୟ କେବେ ଖୋଜିନି କାହାର

    କେଉଁ ବି ଅତିଥି ଙ୍କର,

ବରଂ ପୋଛିଅଛି ଆଖି ଲୁହ ଧାର

    ସହାନୁଭୁତିରେ କା'ର।


ଅଭିମାନ ଭରା କାନ୍ଥରେ ତାହାର

     ଦହନର ଗପ ଲେଖା,

ପ୍ରୀତି ବାଣ୍ଟି ବାଣ୍ଟି ପରାଜିତ ସିଏ

    ଜିତିବାର ନାହିଁ ଦେଖା।


ନିଜର ବୋଲି ତ କେହି ନାହିଁ ତାର

     ଅଳ୍ପ ମୂହୁର୍ତ୍ତ ଅତିଥି,

ଅଭିନୟ ସାରି ବାହୁଡ଼ି ଯାଆନ୍ତି 

     ରହେ ଲୁହ କରି ସାଥୀ।


ପ୍ରେମ ଦେଇ ପାଏ ପ୍ରତାରଣା ପୁଣି

     ଜୀବନ ଯୁଦ୍ଧରେ ସିଏ,

ବିଶ୍ବାସ ତାହାର ଦୃଢ଼ ଭିତ୍ତିଭୂମି

    ଯାହା ପରେ ତିଷ୍ଠି ରହେ।


ନିସ୍ବ ସେ ସର୍ବଦା ଆଡ଼ମ୍ବର ମଧ୍ୟେ

    ଚାରିଆଡେ କୋଳାହଳ,

ଦୁଃଖ ଉପାଦାନ ଗଢା ହୋଇଛି ସେ

    ସୁଖ ପାଇଁ ନାହିଁ ବେଳ।


ଘନ ଅନ୍ଧକାରେ ଦିନ ବିଜେ ତାର

   ପାପ ଭରା ସବୁ ରାତି,

କ୍ଳାନ୍ତ ପଥିକଟେ ସାଜିଛି ଜୀବନେ

   ନାହିଁ କେହି ସାଙ୍ଗ ସାଥୀ।


ତଥାପି ଅନ୍ତରେ ଅନେକ ପୁଲକ

    ଅଶ୍ରୁ ମଧ୍ୟେ ସମାହିତ,

ବିରହରେ ଗୁନ୍ଥା ପ୍ରେମ ଫୁଲ ହାର

    ଶୁଣେ ମିଳନର ଗୀତ।


କିଏ ଶୁଣାଇଛି ଜୀବନର ଗୀତି

    ଅଭିସାରିକା ବେଶରେ,

ହଜିଛି ସପନେ ପ୍ରେମ ପ୍ରତିଦାନେ

    ଭିଜା ଭିଜା ଜୋଛନାରେ।


ବାଧା ଦେଇ ନାହିଁ କାହାକୁ କେବେ ବି

    ଆସିଛନ୍ତି ଯିଏ ଯେତେ,

କେତେ ଗାର କିଏ ଟାଣି ଯାଇଅଛି

    ତା ଛାତି ଉପରେ କେତେ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational