STORYMIRROR

Nibedita Panda

Inspirational

4  

Nibedita Panda

Inspirational

ତୁମ ବିନା ଶୂନ୍ୟ ଲାଗେ ଏଇ ପୃଥିବୀଟା

ତୁମ ବିନା ଶୂନ୍ୟ ଲାଗେ ଏଇ ପୃଥିବୀଟା

1 min
16

ତୁମ ବିନା ଶୂନ୍ୟ ଏଇ ପୃଥିବୀଟା

    ସବୁଠାରେ ତୁମେ ଅଛ,

ଗୁରୁ ନିର୍ଦ୍ଦେଶକ ରୂପରେ ତ ରହି

    ଜଗତକୁ ପାଳୁଅଛ।


ଆକାଶେ ଦେଖିଛି ତୁମକୁ ପ୍ରଭୃ ,ହେ!

        ନକ୍ଷତ୍ର ମଣ୍ଡଳେ ଥାଅ,

ସମୁଦ୍ରର ନୀଳ ଜଳରାଶି ମଧ୍ୟେ

        ତରଙ୍ଗରେ ଲୁଚିଯାଅ।


ଅତୀତରେ ଥିଲ, ବର୍ତ୍ତମାନେ ଅଛ,

    ଭବିଷ୍ୟତରେ ରହିବ,

ସମୟଚକ୍ରରେ ତୁମରି ସ୍ଥିତି ତ

    ଯୁଗ ଯୁଗ ପାଇଁ ଥିବ।


ସକାଳ କଅଁଳ ଖରାରେ ହିଁ ଆସ,

     ସନ୍ଧ୍ୟାରେ ବି ରହିଥାଅ,

ଅନନ୍ତ ବ୍ରହ୍ମାଣ୍ଡ ସବୁଆଡ଼େ ଥାଇ

    ଆତଯାତ ତୁମେ ହୁଅ।


ଅକ୍ଷାଂଶ,ଦ୍ରାଘିମା ବିଷୁବବୃତ୍ତରେ

      ଥାଅ ତୁମେ ଉପସ୍ଥିତ,

ଅନ୍ଧାର, ଆଲୋକ ଶୀତଳ ଜ୍ୟୋତ୍ସ୍ନାରେ

      ତୁମର ଭିତ୍ତି ସ୍ଥାପିତ।


ମେଘ ହେଉ ଅବା ବରଷା ରୂପରେ

        ସର୍ବଦା ବିରାଜମାନ,

ସତ୍ୟ, ଚିରନ୍ତନ ଓ ଅମୃତମୟ

       ରମଣୀୟ ଅବସ୍ଥାନ।


ତୁମ ହାତେ ଜନ୍ମ, ତୁମ ହାତେ ମୃତ୍ୟୁ,

      କୀଟରୁ ମାନବ ଯାଏ,

ସଚରାଚରରେ ଜନମ, ମରଣ

      ତୁମରି ଇଚ୍ଛାରେ ହୁଏ।


ଅନନ୍ତ ଅସୀମ ତୁମ ପରିସୀମା

     କଳ୍ପିବା ସମ୍ଭବ ନୁହେଁ,

ଆକାରବିହୀନ ନିରାକାର ତୁମେ,

      ଅନୁଭବେ ପାଇହୁଏ।


ମଣିଷ ଜୀବନ ରଙ୍ଗମଞ୍ଚ ହେଲେ

    ପ୍ରଭୁ ତୁମେ ନିର୍ଦ୍ଦେଶକ,

କେବେ ଆଙ୍କି ଦିଅ ଖୁସିର ଦୃଶ୍ୟ ତ

    ଦିଅ ବି ଦୁଃଖ ଅଧିକ।


ଜନ୍ମ ଜାତକରେ ଯାହା ଲେଖି ଦିଅ

    ଲିଭିବା ସମ୍ଭବ ନୁହେଁ,

ସ୍ଥିରିକୃତ ଯାହା ଅବଶ୍ୟ ହୁଅଇ

   ସେକଥା ଅନ୍ୟଥା ନୁହେଁ।


ତୁମ ହାତେ ଜନ୍ମ, ତୁମ ହାତେ ମୃତ୍ୟୁ,

      କୀଟରୁ ମାନବ ଯାଏ,

ସଚରାଚରରେ ଜନମ, ମରଣ

      ତୁମରି ଇଚ୍ଛାରେ ହୁଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational