STORYMIRROR

Jayashree Maharana

Inspirational

4  

Jayashree Maharana

Inspirational

ମମତାର ସିନ୍ଧୁ

ମମତାର ସିନ୍ଧୁ

1 min
174

ନର୍କ ଉଦ୍ଧାରିଣୀ ବୋଲି ନାରୀ ଯଶ ବହି

ସଂସାରରେ ଜନମିଛି ସର୍ବସଂହା ହୋଇ

ମନ ତା'ର ନିରିମଳ ସ୍ନେହଶ୍ରଦ୍ଧା ନଈ

କୁଳୁକୁଳୁ ଝରିଯାଏ ପ୍ରୀତି ଗୀତ ଗାଇ ।


ଜାୟା, ଭଗ୍ନୀ,ଜନନୀର ଭିନ୍ନ ରୂପ ନେଇ

ଚେଷ୍ଟାରତ ଅବିରତ ଆମ ଖୁସି ପାଇଁ 

ଓଠଧାରେ ହସଭରେ ଦୁଃଖକ୍ଳେଶ ସହି

ପ୍ରତିଦାନେ କାହାଠାରୁ କିଛି ମାଗିନାହିଁ ।


ରାତି ରାତି ସେବା କରେ ଉଜାଗର ରହି

ପ୍ରଭୁପଦେ ଧ୍ୟାନ ତା'ର ସଦା ପୂଜୁଥାଇ 

ଦୟା,କ୍ଷମା,ପ୍ରୀତି ସୁଧା ହୃଦେ ଭରିଥାଇ

ମନୋବଳ ବୃଦ୍ଧି କରେ ପ୍ରେରଣାକୁ ଦେଇ ।


ମମତାର ସିନ୍ଧୁ ନାରୀ ସୃଷ୍ଟି ଶୋଭମୟୀ

ମୂଲ୍ୟ ତା'ର କେବେ ଦେଇ ପାରିବ କି କେହି ?


Rate this content
Log in

Similar oriya poem from Inspirational