ସେବା
ସେବା


ମଣିଷ ଜୀବନ ଶ୍ରେଷ୍ଠ ସଂସାରରେ
ମହାନ ଗୁଣକୁ କର ଆୟତ୍ତ
ସେବା ଗୁଣେ ମନ କଲେ ନିୟୋଜନ
କୋଟି ପୂଣ୍ୟ ଫଳ ହୁଏ ପ୍ରାପତ ।
ମାନବର ସେବା ମାଧବର ସେବା
ଅନ୍ୟଥା ନୁହଁଇ ଏ ଗୁରୁବାଣୀ
ସେବାର ସୌଭାଗ୍ୟ ଅପାର ଆନନ୍ଦ
ଆଦରିବା ହୃଦେ ହେ ଜ୍ଞାନୀଗୁଣୀ ।
ସେବା କଲେ ମିଳେ ଈଶ୍ୱର ଆଶିଷ
ମନେ ସୁଖଶାନ୍ତି କରଇ ଘର
ନିଃସ୍ୱାର୍ଥ ନିର୍ଲୋଭ ସେବା କରୁଥିଲେ
ମୃତ୍ୟୁ ପରେ ନିଶ୍ଚେ ହେବ ଅମର ।
ଉତ୍କଳର ମଣି ଗୋପବନ୍ଧୁ ଦାସ
ସେବାରେ ଜୀବନ କଲେ ଉତ୍ସର୍ଗ
ଦୁଃଖୀରଙ୍କିଙ୍କର ସାହାରା ଥିଲେ ସେ
ମହାନ ତାଙ୍କର ସେବା ଓ ତ୍ୟାଗ ।
ତାଙ୍କରି ଆଦର୍ଶ ଆମରି ପ୍ରେରଣା
ସେବା ପାଇଁ ମନପ୍ରାଣ ଢାଳିବା
ସେବା ସମର୍ପଣେ ଦୁଃଖୀ ଓ ଦରିଦ୍ର
ଅସହାୟ ମୁଖେ ହସ ଭରିବା ।