Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Inspirational Others

3  

Jayashree Maharana

Inspirational Others

ମାଆ ଓ ଶାଶୂ

ମାଆ ଓ ଶାଶୂ

1 min
128


ଗର୍ଭ କଷ୍ଟ ସହି ଜନ୍ମ ଦେଲା ମାଆ

ଦୁନିଆ ଦେଖିଲି ମୁହିଁ

ତାହାରି ତନୁର ଅମୃତ ଝରୁଛି

ମୋ' ଦେହେ ରକତ ହୋଇ ।


ଅମୂଲ୍ୟ ସେନେହ ମମତା ଅଜାଡି

ଜୀବନ ଗଢ଼ିଛି ମୋର

ଚାଲି ଶିଖାଇଛି ହାତେ ହାତ ଧରି

ଭୟଭ୍ରାନ୍ତି କରି ଦୂର ।


ସମାଜ ସଂସ୍କାର ଶିଖାଇଛି ସିଏ

ସାଜି ପଥ ପ୍ରଦର୍ଶକ

ଦୁହିତାର ଧର୍ମ ପାଳିବା ନିମନ୍ତେ

କରିଅଛି ମୋତେ ସକ୍ଷ ।


ତା'ର କୋଳ ଭୁଲି ପରଘରେ ଆସି

ହୋଇଲି ଯେବେ ମୁଁ ଦୁଃଖୀ

ଶାଶୂ ମାଆ ମୋତେ କୋଳେଇ ତ ନେଲେ

ମଥାରେ ହାତକୁ ରଖି ।


ମାଆର ମମତା ଶାଶୂ ଢାଳିଦେଲେ

ନକରି ସେ ହତାଦର

ତାଙ୍କରି ସେନେହ ନିଜର ସାଜିଛି

ଅଜଣା ଅଚିହ୍ନା ଘର ।


ପ୍ରଥମ ଗୁରୁ ମା' ଶାଶୂ ମଧ୍ୟ ଗୁରୁ

ଦୁହିଁଙ୍କୁ ମୋ' ପ୍ରଣିପାତ

ତାଙ୍କରି ଆଶିଷେ ସୁଖେ ଗଡୁଅଛି

ସଂସାରେ ଜୀବନ ରଥ ।


Rate this content
Log in

Similar oriya poem from Inspirational