STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଭଜୁକି ନା ରାମ ନାମ

ଭଜୁକି ନା ରାମ ନାମ

1 min
28

 

ଭଜୁକି ନା ରାମ ନାମରେ ମାନସ 

    ଭଜୁକି ନା ରାମ ନାମ l

ରାମଙ୍କୁ ଭଜିଲେ ନାମରେ ମଜ୍ଜିଲେ 

    ନପଶିବ ପାଶେ ଯମ ll

ମହା ମୋକ୍ଷଦାୟୀ ରାମନାମ ସିନା 

    ସଂସାର ମଧ୍ୟରେ ସାର l

ରାମ ନାମ ଧରି ଅଞ୍ଜନୀ ଲଙ୍ଘିଲେ 

   ଅଲଙ୍ଗ୍ୟ ମହା ସାଗର ll

ମରା ମରା ଜପି, ମୁନି ବାଲମିକି 

   ହେଲେ ଦସ୍ୟୁ ରତ୍ନାକର l

ରାମକାବ୍ୟ ରଚି ହୋଇଲେ ଅମର 

   ଗ୍ରନ୍ଥ ରାମାୟଣ ସାର ll

ଭୁଷଣ୍ଡ ବାୟସ ନୀଳଗିରି ବାସ 

   ରାମନାମ ତୁଣ୍ଡେ ଘୋଷି l

ରାମ କଥା ଗାଇ ଚିରଞ୍ଜିବୀ ହେଲେ 

     ଗରୁଡ଼ ଶୁଣନ୍ତି ବସି ll

ଭକ୍ତ ବିଭୀଷଣ ପଶିଲେ ଶରଣ 

    ରାମନାମ ଲଙ୍କାପୁରେ l

ହୋଇଲେ ଅମର ଭକତ ପ୍ରବର 

    ହନୁ ଶୁଣନ୍ତି କର୍ଣ୍ଣରେ ll

ଅହଲ୍ୟା ତାରଣ ସଂସାର କାରଣ 

   ଗିରି ଭାସେ ସୋଲବତ l

ରାମ ନାମେ ହନୁ ଉପାଡ଼ି ଆଣିଲେ 

    ଗନ୍ଧମାର୍ଦ୍ଦନ ପର୍ବତ ll

ବିଶ୍ରବା ନନ୍ଦନ ଦୈତ୍ୟ ଦଶାନନ 

    ଭାଇ ତାର କୁମ୍ଭକର୍ଣ୍ଣ l

ଅନ୍ତଃକାଳେ ନାମ ଅବହେଳେ ଜପି 

  ବୈକୁଣ୍ଠେ ଲଭିଲେ ସ୍ଥାନ ll

ରାମ ନାମ ଗୋଟି ସାରରେ ଜଗତେ 

    ରାମ ନାମ ଗୋଟି ଏକା l

ସେ ଭବ ନାବିକ ନାମ ଧର ତାଙ୍କ 

    ଏ ଭବସିନ୍ଧୁ ନୋଉକା ll

  


Rate this content
Log in

Similar oriya poem from Inspirational