ବରଷା ରାଣୀ ଟୁପୁରୁ ଟୁପୁରୁ ବରଷେ ପାଣି
ବରଷା ରାଣୀ ଟୁପୁରୁ ଟୁପୁରୁ ବରଷେ ପାଣି
ବରଷା ରାଣୀ ବରଷା ରାଣୀ l
ଟୁପୁରୁ ଟୁପୁରୁ ବରଷେ ପାଣି ll
ବେଙ୍ଗରାଜା ବସି ସାରୁ ମୂଳରେ l
ବେଙ୍ଗୁଲିକି ଧରି କହେ କୋଳରେ ll
ଆଷାଢ଼ ଶ୍ରାବଣ ବରଷା କାଳ l
ଦୁମ ଦୁମ ଝଡ଼େ ପାଚିଲା ତାଳ ll
ମେଘ ଘଡ଼ ଘଡ଼ି ବାଜଇ ବାଜା l
ଚାପ ଧରିଅଛି ବରଷା ରାଜା ll
ନୃତ୍ୟରତ ଦେଖ ମୟୂର ମାନେ l
କଦମ୍ବ ଫୁଟିଲା ଗିରି କାନନେ ll
କୁଆ ମଣିତାରେ କୁଆ ମଣିତା l
ପିଢାରେ ମାଡ଼ିଲା କଖାରୁ ଲଟା ll
ଚଷା ଭାଇ ମୁଣ୍ଡେ ପଖିଆ ଭିଡ଼ି l
ଥିରି ଥିରି ଚାଲେ ବିଲ ବେଉଡ଼ି ll
ବିଲୁଆ ନନାରେ ବିଲୁଆ ନନା l
ଡାହାଣିଆ ଖରା ପଡ଼ିଛି ଅନା ll
ବରଷା କାଳରେ ପଲ୍ଲୀ ତରୁଣୀ l
ପୂଜାକଲେ ମାଆ ଖୁଦୁରୁକୁଣୀ ll
ଶ୍ରାବଣ ଶେଷରେ ଭାଦ୍ର ପ୍ରବେଶ l
ପୂଜାହେବେ ବିଦ୍ୟାପତି ଗଣେଶ ll
କୃଷ୍ଣାଷ୍ଟମୀ ଭାଦ୍ର ବରଷା ରାତି l
ବ୍ରଜେ ଜନମିଲେ ପ୍ରଭୁ ଶ୍ରୀପତି ll
ଶରତ ମରତେ ଆସିଲା ଧାଇଁ l
ବରଷା କାଳଟା ଗଲା ପଳାଇ ll
