ପଦ ପଞ୍ଚକ
ପଦ ପଞ୍ଚକ
ବିଶ୍ଵ ସରେ ପଦୁଅଁ ସମ
ଫୁଟିଛି ଆଗୋ ମୁହିଁ,
ମୁଦିବା ଆଗୁଁ ସୁବାସ କିଛି
ଯିବି ବିତରି ଦେଇ।( 1)
କ୍ଷୁଦ୍ର ସିନା ମୋ ଜୀବନ ପାଦପ
କ୍ଷୁଦ୍ର ମୁଁ ନୁହେଁ କେବେ,
କୋଟି ପଥିକର ପାନ୍ଥଶାଳା ମୁଁ
ମୁଣ୍ଡ ଟେକିଛି ଭବେ। (2)
ଛୋଟ ହେଲେ ହେଉ ଏ ଦେହ ମୋହର
ସେଥି ପାଇଁ ତିଳେ ନାହିଁ ଶୋଚନା,
ବିଶ୍ଵ କଲ୍ୟାଣେ ଚେତନା ମୋହର
ଲଂଘୁ ଦୁସ୍ତର ଭବ ଯାତନା।( 3)
ସୀମିତ ଏ ଦେହର ପରିଧି
ପାରିବନି ବାନ୍ଧି ମୋ ଜୀବନ,
ଏ ମାଟିର ପାଣି ପବନରେ
ଛନ୍ଦ ତୋଳେ ମୁକ୍ତ ମୋ ଚେତନ।
ମୃତ୍ୟୁପାଇଁ ମୋ ଭୟ ନାହିଁ ତିଳେ
ମରି ପୁଣି ଜନମିବି,
ଚିର ସହଚର ଏଇ ମୋ ମାଟିର
ବନ୍ଦନା ଗାଉ ଥିବି ।(5)
