ଜାଗଇ ପ୍ରବଳ ତୃଷ୍ଣା
ଜାଗଇ ପ୍ରବଳ ତୃଷ୍ଣା
ଆକାଶ ଯେଉଁଠି
ମାଟିର ଚିବୁକେ
ଚୂମ୍ବନ ଦିଏ ବୋଳି
ଚକୋର ସେଇଠି
ଚକ୍ରବାଳରେ
ଗାଏ ବିରହର ଲୋରୀ
ଯେ ଆକାଶେ ମେଘ
ସେ ଆକାଶେ ଖରା
ସେଆକାଶୁଁ ଝରେଜ୍ୟୋତ୍ସ୍ନା
ଯେଉଁଠାରେ ପାଣି
ସେଇଠାରେ ପୁଣି
ଜାଗଇ ପ୍ରବଳ ତୃଷ୍ଣା
ଯେଉଁ ମାଟିପରେ
ଅଶେଷ ଜୀବର
ହୋଇଅଛି ସମାହାର
କାହା ଭାଗ୍ୟରେ
ଚନ୍ଦ୍ର ଜଳୁଛି
ଅମାବାସ୍ୟାଟି କାର
ଯେଉଁ ମନତଳେ
ପୂଣ୍ୟ ଭାବନା
ସେଇଠି ପାପର ଛାୟା
ହିଂସାର ପକ୍ଷୀ
ଡେଣାଝାଡି଼ ସେଠି
ବିସ୍ତାରି ତାର କାୟା