STORYMIRROR

Kalish Chandra Parhi

Abstract

3  

Kalish Chandra Parhi

Abstract

ଜାଗଇ ପ୍ରବଳ ତୃଷ୍ଣା

ଜାଗଇ ପ୍ରବଳ ତୃଷ୍ଣା

1 min
318


ଆକାଶ ଯେଉଁଠି

ମାଟିର ଚିବୁକେ

        ଚୂମ୍ବନ ଦିଏ ବୋଳି

ଚକୋର ସେଇଠି

ଚକ୍ରବାଳରେ

        ଗାଏ ବିରହର ଲୋରୀ

ଯେ ଆକାଶେ ମେଘ

ସେ ଆକାଶେ ଖରା

        ସେଆକାଶୁଁ ଝରେଜ୍ୟୋତ୍ସ୍ନା

ଯେଉଁଠାରେ ପାଣି

ସେଇଠାରେ ପୁଣି

         ଜାଗଇ ପ୍ରବଳ ତୃଷ୍ଣା

ଯେଉଁ ମାଟିପରେ

ଅଶେଷ ଜୀବର

         ହୋଇଅଛି ସମାହାର

କାହା ଭାଗ୍ୟରେ

ଚନ୍ଦ୍ର ଜଳୁଛି

         ଅମାବାସ୍ୟାଟି କାର

ଯେଉଁ ମନତଳେ

ପୂଣ୍ୟ ଭାବନା

         ସେଇଠି ପାପର ଛାୟା

ହିଂସାର ପକ୍ଷୀ

ଡେଣାଝାଡି଼ ସେଠି

        ବିସ୍ତାରି ତାର କାୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract