STORYMIRROR

Kalish Chandra Parhi

Abstract

3  

Kalish Chandra Parhi

Abstract

କିଏ ଗୋ ରୂପସୀ

କିଏ ଗୋ ରୂପସୀ

1 min
563


କିଏ ଗୋ ରୂପସୀ

ପୀୟୂଷ-ପରଶି

       ଦଗ୍ଧ ହୃଦୟେ ମୋର

ମୁଗ୍ଧ-ଆବେଗେ

ବୁହାଇ ଦେଲ ଗୋ

       ସ୍ନିଗ୍ଧ-ଫଲ୍ଗୁ ଧାର

ଅଜ୍ଞ ମୁଁ ଏହି

ଅନ୍ଧ ତମସେ

      ଖୋଜିନାହିଁପାଏ ପଥ

କଣ୍ଟକମୟ

ଚଲାପଥେ-ତନୁ

       ଯନ୍ତ୍ରଣା-ବିଗଳିତ

ମର୍ମରେ ମୋର

ଭେଦିଛି ସମାଜ-

       ଶାଣିତ ଖଡ୍ଗଧାର

ଧୂମ୍ରାଭ ଏଇ

ଜୀବନ-ଆକାଶେ

       ଘୋଟିଥିଲା ଅନ୍ଧାର

ଚିର ହାହାକାର

ମରୁ ଉଦ୍ୟାନେ

       ଫୁଟାଇ ପ୍ରୀତିର କଳି

କିଏତୁମେ ଆସ

ମମତାମୟୀ ଗୋ

       ଶୁଭ୍ର-ଚରଣ ଚାଳି

ଅନ୍ଧ ମୁଁ ଆଜି

ନିଜର ଠିକଣା

       ପାଉନାହିଁ ନିଜ ଖୋଜି

ଆନ ପରିଚୟ

ଖୋଜିବାକୁ ଯାଇ

       ନିଜେ ମୁଁ ଯାଇଛିହଜି


Rate this content
Log in

Similar oriya poem from Abstract