STORYMIRROR

Kalish Chandra Parhi

Inspirational

3  

Kalish Chandra Parhi

Inspirational

ଅନ୍ତର କର ଶୁଦ୍ଧ

ଅନ୍ତର କର ଶୁଦ୍ଧ

1 min
259

ଲେଖୁ ଅଛ ଗୋଟେ

କାର୍ଯ୍ୟରେ ପୁଣି

     କରୁଅଛ ଆଉ ଗୋଟେ,

ଅନ୍ତରେ ବିଷ

ଓଠରେ ତୁମର

     ଅମୃତ ଧାର ଛୁଟେ।

ସ୍ବଚ୍ଛ ନୁହଁଇ

ହୃଦୟ ତୁମର

     ଭାଦ୍ରର ଗୋଳିପାଣି,

କେଉଁ ମୁହେଁ କୁହ

ସ୍ବଚ୍ଛର କଥା

      ପାରୁନାହିଁ ମୁହିଁ ଜାଣି।

କିଏ ସେ ଶୁଣିବ

ତୁମ ଉପଦେଶ

      କାହିଁକି ଶୁଣିବ କୁହ,

ଲେଖାରେ ତୁମର

ମିଶିଅଛି କିବା

      ଅନ୍ତର ତଳ କୋହ।

ହୀନମନ୍ୟତା

ଯାଇନାହିଁ ତୁମ

      ମନ ଆକାଶରୁ ଲିଭି,

କେମିତି ଦେଖୁଛ

ପାହାନ୍ତି ଉଷାର

      ରମ୍ୟ ଲୋହିତ ଛବି।

କଳାରେ ବୋଳୁଛ

କଳଙ୍କ ତୁମେ

      ଛଳନାର ମୁଖାଧାରୀ,

ରାମରାଜ୍ୟର

ସ୍ବପ୍ନ ଦେଖାଅ

       ମାୟାବୀ ବ୍ରହ୍ମଚାରୀ।

ମଙ୍ଗଳ ଯେବେ

ଚାହୁଁଛ ଧରାର

       ଅନ୍ତର କର ଶୁଦ୍ଧ,

କଥାରେ କାମରେ

ଫରକ ନରଖି

       ସାଜିଯାଅ ତୁମେ ବୁଦ୍ଧ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational