STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କାନ୍ତକବି ଲକ୍ଷ୍ମୀକାନ୍ତ

କାନ୍ତକବି ଲକ୍ଷ୍ମୀକାନ୍ତ

1 min
345



ଧନ୍ୟ କାନ୍ତକବି ଲକ୍ଷ୍ମୀକାନ୍ତ ତୁମେ 

    ଉତ୍କଳର ବରପୁତ୍ର l

ସାହିତ୍ୟ ସୃଜିଲ କାନ୍ତ ଶାନ୍ତ କରି 

  ହେଲୁ ଆମ୍ଭେ ଚମତ୍କୃତ ll

ନିଜେ ସହ୍ୟକରି ଦୁଃସହ ବେଦନା 

   ଜନ ମୁଖେ ଦେଲ ହସ l

ହସ କାନ୍ଦ ବ୍ୟଙ୍ଗ ଛନ୍ଦ ରଙ୍ଗେ ରଙ୍ଗ 

   ଉତ୍କୃଷ୍ଟ ସାହିତ୍ୟ ରସ ll

ବୁଢ଼ା ଶଙ୍ଖାରିର ମାର୍ମିକ କାହାଣୀ

  ଜୀବନେ କେ ଭୁଲିପାରେ l

ଅକାଳ ବିଧବା ବୋହୂଟିର କଥା 

   ଝର ଝର ଅଶ୍ରୁ ଝରେ ll

ଉତ୍କଳୀଙ୍କ ମୁଖେ ଦେଇଅଛ କବି 

   "ବନ୍ଦେ ଉତ୍କଳ ଜନନୀ" l

ଧନ୍ୟ କବି ତୁମେ ଧନୀ କରିଗଲ 

   ଉତ୍କଳ ଭାଷା ଜନନୀ ll

ବନଞ୍ଚିତ କରି ସବୁଥିରୁ ପ୍ରଭୁ ସଞ୍ଚିବ 

     

;ବା କେଉଁ ଯଶ l

ନୀଳାଚଳେ ଉଡ଼େ ପତିତପାବନ

   ଆହେ ପ୍ରଭୁ ନିଳାଦ୍ରୀଶ ll

ଠକି ଠକି ମୁହିଁ ବାର ବାର ପ୍ରଭୁ 

   ଶିଖିଛି ତୁମ୍ଭ ଚାତର l

ଠକାଇ ପାରିବ ନାହିଁ ତୁମେ ଆଉ 

   ହେ ପ୍ରଭୁ ଠକ ପ୍ରବର ll

କଣାମାମୁଁ ଯେଉଁ ନାଟକ ଲେଖିଲ 

  ହସି ଲୋକେ ଯିବେ ଗଡ଼ି l

କଣାମାମୁଁ ମୋଟେ ଜଣା ନପଡ଼ଇ 

  ନେପଥ୍ୟେ ଦିଏ ସଜାଡ଼ି ll

ଉତ୍କଳମାତାର ଯୋଗ୍ୟତମ ସୂତ 

  ଆହେ ତୁମେ ଯୁଗସ୍ରଷ୍ଟା l

ପ୍ରବନ୍ଧ, କବିତା, ନିବନ୍ଧ, ଗଳପ,

   କାଳଜୟୀ ଦୂରଦ୍ରଷ୍ଟା ll 

ଧ୍ରୁବତାରା ତୁମେ ଉତ୍କଳ ସାହିତ୍ୟେ 

   ଜାଜୁଲ୍ୟ ଚିର ଭାସ୍ୱର l

ପୂର୍ଣ୍ଣ କରିଗଲ ପ୍ରଣାମ ହେ କବି 

   ଉତ୍କଳ ବାଣୀ ଭଣ୍ଡାର ll


Rate this content
Log in

Similar oriya poem from Inspirational