STORYMIRROR

Trupti Paikaray

Inspirational

4  

Trupti Paikaray

Inspirational

ରୁଟି

ରୁଟି

2 mins
26.5K


ରୁଟି

 

ତୃପ୍ତି ରେଖା ପାଇକରାୟ

 

'ରୁଟି' ଆଉ  ମୋ 'ମାଆ',

ମୋ ହସଖୁସିର ଏକ ବିରାଟ ଦୁନିଆ,

ଆମ  ହାଣ୍ଡିଶାଳରୁ, ମୋ ମାଆର ହାତତିଆରି ଗରମ ରୁଟିର ବାସ୍ନା,

ସେହି ରୁଟିରେ ଥାଏ ପୁଣି କେତେ ଯେ  ଅକୁହା କଥା,

ସେ  ରୁଟି  ହେଉଛି  ତା ହସ ଲୁହ

ଆଉ ତା ଭଲପାଇବାର ନିରବଦ୍ରଷ୍ଟା,

ଯେତେ  ଦୁଃଖ  ଆସିଛି  ତା  ଜୀବନରେ

ସେ  ରୁଟି  ହିଁ  ଜାଣିଚି,

ସେ  ରୁଟି  ହିଁ  ଦେଖିଚି  ମୋ  ମାଆ ଆଖିର ଲୁହ,

ତା ଓଠତଳର ହସ, ଆଉ ତା ମନର  କୋହ,

ଏକ ନିରବ  ପାଷାଣ  ପରି  ସେ  ହାଣ୍ଡିଶାଳରେ  ବସି

ତଥାପି କରିଚାଲେ  ରୁଟି ।

 

ଯେତେ  କଷ୍ଟ  ହେଲେ ବି ସେ କେବେ ମୁହଁ  ଖୋଲେନି,

ଯେତେ ଦୁଃଖ ଆସିଲେ ବି କିଛି ଖୋଲି କହେନି,

ଖୁସିରେ ବି ଟିକେ ହସିପାରେନି,

ରୁଗ୍ଣ ଦେହରେ, ଭଗ୍ନ ମନରେ, ଆଖିରୁ ଲୁହ ଝରାଇ ବି

ମୁଁ ତାକୁ ଦେଖିଚି ସେ ରୁଟି କରିବାର,

ବିଲକୁଲ ସେଇ ନିରବ ପାଷାଣ ପରି ।

ହାଣ୍ଡିଶାଳରୁ ସ୍ୱପ୍ନ ଦେଖେ ସେ ମୋ ପାଇଁ,

ରୁଟି କରିବାବେଳେ ବି କାମନା କରିଚାଲେ ମୋ ପାଇଁ,

ମୋ ଶତସୁଖର ଆଉ ଶତାୟୁର,

ମୋ ଉନ୍ନତିର ଆଉ ମୋ ସମୃଦ୍ଧିର ।

ତା ପଣତକାନିରେ ପୋଛିପକାଏ ମୋ ଆଖିର ଲୁହସବୁକୁ,

ପଡ଼ିଗଲେ ମୁଁ ଟିକେ, ଆସି ଝାଡ଼ିଦେଇଯାଏ ମତେ,

ଅବୁଝା ହେଲେ ମୁଁ, ମତେ ଟିକେ ଆକଟ କରିଦିଏ,

ହେଲେ ପୁଣି ଚାଲିଯାଏ,

ସେ ହାଣ୍ଡିଶାଳକୁ, କରିବାକୁ ରୁଟି ।

 

ଆଜି ମୁଁ ଏତେ ବଡ଼ ହେଇଯାଇଛି ଯେ,

ମୋ ମାଆ ଆଉ ମୋ ପାଇଁ ଆଉ ରୁଟି ବନେଇପାରୁନି,

ଇଚ୍ଛା ଥିଲେ ବି ତା'ର ଆଉ ସେ ସାହସ ନାହିଁ,

ସେ ଚାହେଁ ମୁଁ ଆଜି କେମିତି ମୋ ନିଜ ଗୋଡ଼ରେ ଠିଆ ହୁଏ,

ଅନ୍ତତଃ ଭଲ ମଣିଷଟିଏ ବନିଯାଏ, 

ଭଲ କାମ କରେ, ବହୁତ ନାଁ କରେ,

ଆଉ ଦୁନିଆର ସବୁଠୁ ସୁଖୀ ମଣିଷ ବନିଯାଏ 

 

ହେଲେ ତାକୁ କଅଣ ଜଣା ଯେ   

ସେଇ ରୁଟିକୁ ଆଜି ବି ମୁଁ କେତେ ଝୁରୁଛି,

ସେଇ ରୁଟିର ବାସ୍ନା ମତେ ଆଜି କେତେ ବ୍ୟଥିତ କରୁଛି,

ଲୁଚି ଲୁଚି ସେ ରୁଟି ପାଇଁ ମୁଁ ଆଜି କେତେ ଯେ କାନ୍ଦୁଚି,

କାରଣ ସେ ରୁଟି ଆଜି ମୋ କାନ୍ଧରେ ଏକ ବିରାଟ ଦାୟିତ୍ୱ 

'ରୁଟି'  ଆଉ  ମୋ 'ମାଆ',

ମୋ ହସଖୁସିର ଏକ ବିରାଟ ଦୁନିଆ 

 

***

 

ମୋବାଇଲ ନମ୍ବର- ୦୭୨୦୯୨୯୮୯୧୪ 

(Trupti Rekha Paikaray, Mob: 7209298914 )

Email Id: newtrupti@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational