STORYMIRROR

Trupti Paikaray

Romance Abstract Others

2  

Trupti Paikaray

Romance Abstract Others

ପ୍ରେମର ଛାନ୍ଦ

ପ୍ରେମର ଛାନ୍ଦ

1 min
13.2K


ସପନେ ସପନ ଛନ୍ଦା ହୋଇ,

ମନରେ ମନଟେ ବନ୍ଧା ହୋଇ,

ଶହେ ଶ୍ରାବଣ ଆସେ ଯହିଁ

ଫୁଲରେ ବସନ୍ତ ମହକେ ତହିଁ II

ଫଗୁଣ ଫଗୁରେ ଗଗନ ମଗନ,

ଅଥୟ ଅଧୀର ହେଉଥାଏ ମନ; 

ସ୍ନିଗ୍ଧ ଶୀତଳ ସୁମଧୁର ସମୀର 

ଝନଝନ ଝଙ୍କାର ମେଘର ମଲ୍ଲହାର,  

ପ୍ରେମର ଲଗନେ ମହକେ ଜୀବନ

ହୃଦୟେ ହୃଦୟ ହେଇଯାଏ ଲୀନ II 

ଆକାଶ ଏକ କାହାଣୀ ଲେଖେ,

ସାଗର ଢେଉରେ ତରଙ୍ଗ ରଚେ,

ମଳୟ ପୁଣି ସପନ ବୁଣି

ଚଇତି ପବନ କାନିକୁ ଟାଣି,

ଇନ୍ଦ୍ରଧନୁର ରଙ୍ଗ ଚୋରେଇ 

ଫୁଲର ବାସରେ ଚହଟେ ରାତି II 

ସପନେ ସପନ ଛନ୍ଦା ହୋଇ,

ମନରେ ମନଟେ ବନ୍ଧା ହୋଇ,

ପ୍ରେମର ଛାନ୍ଦ ରଚା ହୁଏ II


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance