STORYMIRROR

Prashanta Padhan

Romance

4  

Prashanta Padhan

Romance

ପ୍ରେମ ବ୍ୟାକରଣ

ପ୍ରେମ ବ୍ୟାକରଣ

1 min
642

ଜୀବନ ବାକ୍ୟରେ ସାଜିବ ଗୋ ଆସ

ବିଶେଷ୍ୟ ଓ ସର୍ବନାମ

ବିଶେଷଣ  ଦେଇ  କରିବି ତୁମକୁ

ସଖି ପ୍ରେମ ନିବେଦନ ।।

ତୁମେ ସ୍ଵରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ମୁଁ

ଗଢ଼ିବା ଲିପି ପ୍ରେମର

ପ୍ରେମର ଶବ୍ଦରେ ଲିପିବଦ୍ଧ ହେବ

ବର୍ଣ୍ଣବୋଧ ଯେ ଆମର ।।

ଗଢ଼ିଦେବା ଏକ ପ୍ରେମ ଶବ୍ଦକୋଷ

ନଥିବ ଶବ୍ଦ ବିଚ୍ଛେଦ

ପ୍ରେମର ଧାଡ଼ିରେ ରହିବନି ଆମ

କମା ପ୍ରଶ୍ନ ପୂର୍ଣ୍ଣଛେଦ  ।।

ପ୍ରେମଭାଷା ତୁମ ମାତୃଭାଷା ପରି

ଆନ୍ଦୋଳିତ କରେ ପ୍ରାଣ

ମାତ୍ରା ଫଳା ଦେଇ ପଢ଼େଇବ ମୋତେ

ନୂଆଁ ପ୍ରେମ ବ୍ୟାକରଣ ।।

ସଂଯୁକ୍ତ ହୋଇବା ପ୍ରେମ ଅବ୍ୟୟରେ

ନଥିବ  ନାସ୍ତିସୂଚକ

ମିଳନ କ୍ରିୟାରେ ସାଜିବେନି ଆମ

କେହିବି ପ୍ରଶ୍ନବାଚକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance