STORYMIRROR

Prashanta Padhan

Romance

2  

Prashanta Padhan

Romance

ପ୍ରେମ ଏକତରଫା

ପ୍ରେମ ଏକତରଫା

1 min
417

ଜାଣେନା କେମିତି ଅବସ୍ଥାନ କଲ

ହୃଦୟର  ଜଉଘରେ

ଛନ୍ଦ ଭୁଲିଗଲା  ଛାତିର ସ୍ପନ୍ଦନ

ପଡିଲା ବୋଧେ ପ୍ରେମରେ

ପ୍ରଥମ ଦେଖାରେ ସାଜିଲି ପୂଜକ

ତୁମ ପ୍ରେମ ମନ୍ଦିରର

ଦେବୀଟିଏ କରି ତୁମକୁ ରଖିଲି

ସାଜି ମୁଁ ନିଃସ୍ୱାର୍ଥପର 

ନିଶ୍ୱାସ ଚାଲିଲା ତୁମରି ନାମରେ

ପ୍ରଥମ ସକାଳ ତୁମେ

କହି ପାରିଲିନି ଓଠ ଖୋଲି ସାଥି

ପଡିଛି ମୁଁ ତୁମ ପ୍ରେମେ 

ଜଳି ମରୁଥିଲି ଅକୁହା କଥାକୁ

ଛାତିରେ ଜାବୁଡି ରଖି

ନିର୍ଜନ ରାତ୍ରିରେ ଲେଖି ଚିରୁଥିଲି

ହଜାରେ ଚିଠି ମୁଁ ସଖି 

ସାହସ ସଞ୍ଚାରି କରିବାକୁ ଗଲି

ଯେବେ ପ୍ରେମ ନିବେଦନ

କହିବା ଆଗରୁ ଜାଣିଲି ତୁମେ ଗୋ

ସାଜିଛ ଆଉକା ପ୍ରେମ

ରକ୍ତରେ ଭିଜିଲା ରକ୍ତ ଗୋଲାପଟା

ଲୁହରେ ମୁଦା ଲଫାପା

ସେଇ ଦିନଠାରୁ ବିରହୀ ପ୍ରେମୀ ମୁଁ

ପ୍ରେମ ମୋ ଏକତରଫା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance