STORYMIRROR

Prashanta Padhan

Abstract

2  

Prashanta Padhan

Abstract

ବିଦାୟ ଦିଅ ଗୋ ସଖି

ବିଦାୟ ଦିଅ ଗୋ ସଖି

1 min
187

ଇସାରା ଦେଲାଣି ସମୟ ଗୋ ସଖି

ଲେଉଟି ଯିବି ଏଥର

ରାଣଖାଇ କୁହ  ଲୁହ  ଢାଳିବନି

ଅନୁପସ୍ଥିତିରେ ମୋର

କଥା ଦେଉଅଛି ଆର ଫଗୁଣରେ

କରିବି ଜୀବନ ସାଥି

ବାହୁ ଝୁଲଣାରେ ଝୁଲେଇ ତୁମକୁ

ଶୁଣେଇବି ପ୍ରେମଗୀତି

କର୍ତ୍ତବ୍ୟ ପଥରେ ଯିବାପାଇଁ ହେବ

ସରିଲା ଛୁଟି ଅବଧି

ପ୍ରେମ ସିନ୍ଧୁକରୁ ମେଲାଣି ଦିଅ ଗୋ

କରନାହିଁ ଆଉ ବନ୍ଦୀ

ବିରହ ବହ୍ନିରେ ଜଳିବାକୁ ହେବ

ନୁହେଁ କିନ୍ତୁ ଚିରକାଳ

ଅବୁଝା  ହୁଅନା  ବୁଝିଯାଅ ସାଥି

ଆସିବି ଫେରି ସଅଳ

ଜହ୍ନ ବି ଝରାଏ ଲୁହର ଜୋଛନା

ଆମ ଏ କାହାଣୀ ଶୁଣି

ଓଦା ଆଖି ତୁମ ଓଦା କରେ ମୋତେ

ଲୁହର ମୁରୁଜ ବୁଣି

ନେବାପାଇଁ ହେବ ତୁମଠୁ ବିଦାୟ

ଛାଡିଦିଅ ଏଇ ହାତ

ସିନ୍ଦୂରର ସାଥେ ଲେଉଟି ଫେରିବି

ସପନକୁ କରି ସତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract