STORYMIRROR

Prashanta Padhan

Abstract

3  

Prashanta Padhan

Abstract

ପ୍ରେମର ଭୂଗୋଳ

ପ୍ରେମର ଭୂଗୋଳ

1 min
280

ଅକ୍ଷାଂଶ ଦ୍ରାଘିମା ସବୁ ତୁମେ ମୋର

ଭୂ ଗୋଲକ ମୁଁ ତୁମର

ଭାଙ୍ଗି  ପାରିବନି  ସମ୍ପର୍କକୁ ଆମ

ନକ୍ଷତ୍ର  ମହାକାଶର

ତୁମେ ଥିଲ ଦିନେ ଉତ୍ତର ମେରୁ ଗୋ

ମୁଁ ମେରୁଟେ ଦକ୍ଷିଣ

ପ୍ରେମଅକ୍ଷ ଆସି ସଂଯୋଗ କରିଲା

ହୋଇଲା ଆମ ମିଳନ

ହୃଦୟ ମାନଚିତ୍ରରେ  ଅଟ  ତୁମେ

ଦୂରତା ଦିଗ ସଂକେତ

ତୁମେ ଅଟ ପୁଣି ବାୟୁ ଆଉ ଅଗ୍ନି

ଐଶାନ୍ୟ ସାଥେ ନୈଋତ

ଆବର୍ତ୍ତନ  ଆମ  ସୃଷ୍ଟି  କରୁଥିବ

ପ୍ରେମର ଦିବସ ନିଶି

ଆମ  ମିଳନରେ  ହସି  ଉଠୁଥିବ

ତାରା ସୂର୍ଯ୍ୟ ସହ ଶଶୀ

ଆଲୋକବର୍ଷର  ଦୂରତାରେ ଯାଇ

ଗଢ଼ିବା ପ୍ରେମର ପିଣ୍ଡ

ଖୋଜୁଥିବେ ଯେ ଉଲକା ଉପଗ୍ରହ

ଖୋଜିବ ବିଶ୍ୱ ବ୍ରହ୍ମାଣ୍ଡ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract