STORYMIRROR

Dr Santosh Kumar Panda

Abstract

3  

Dr Santosh Kumar Panda

Abstract

ମହାମାୟା

ମହାମାୟା

1 min
399


ସବୁ ଯୁଗେ ଚାରି ରୂପେ ପ୍ରକଟିଛୁ ମାଆ

ମହା ସରସ୍ଵତୀ, ମହାଲକ୍ଷ୍ମୀ କେତେ ତୋର ନାଁ ।

ମହା ମାହେଶ୍ୱରୀ, ମହାକାଳୀ

ଯୁଗେ ଯୁଗେ ଥାଆ

ଅବତାରି ରୂପ କେତେ ତୋର ଦେଖିଛି ଦୁନିଆ।

ସତ୍ୟ ଯୁଗେ ସତୀ ରୂପେ ଅବତରି ଥିଲୁ

ପ୍ରଜାପତିଙ୍କ କନ୍ୟା ହୋଇ ଲୀଳା ଖେଳା କଲୁ ।

ସ୍ଵାମୀ ରୂପେ କୈଳାସ ପତିଙ୍କୁ କଲ ବରଣ

ତୁମ ଅପମାନେ ତାଣ୍ଡବ ଦେଖିଲା ଏ ତ୍ରିଭୁବନ।

ଜୟ ଜୟ ମାଗୋ ଶିବାନୀ, ଭବାନୀ ଜୟ ମା କାଳୀକା

ଦୁର୍ଗତିନାଶିନୀ, ରିପୁ ନିବାରିଣୀ

ଜୟ ମାଆ ଅମ୍ବିକା।

ଚରଣେ ତୋହର ଶରଣ ଦେ

ହେ ମହାମାୟା

ତୋ ନାମ ନେଇ ଭବ ସାଗରୁ ଉଦ୍ଧରୁ ବାୟା।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract