STORYMIRROR

Priyaranjan Biswal

Abstract Others

4  

Priyaranjan Biswal

Abstract Others

ମଣିଷ ଜୀବନ

ମଣିଷ ଜୀବନ

1 min
69


ମଣିଷ ଜୀବନ

ଅଢେଇ ଦିନିଆ

କେବେ ଖରା କେବେ ଛାଇ।

ସୁଖ ଦୁଃଖ ସବୁ

ଅଟେ କର୍ମ ଫଳ

ଜୀବନର ଅର୍ଥ ଏଇ।


ରାଗ ଆଉ ରୁଷା

ମାନ ଅଭିମାନ

ଜୀବନର ଅଟେ ରଙ୍ଗ।

ସ୍ୱାର୍ଥ‌ ଦେଖି ଅବା

କି ଲାଭ ମିଳିବ?

ଯିବାକୁ ହେବ ନିଃସଙ୍ଗ।


ନେଇ ହେବ ନାହିଁ

ସୁନା ରୁପା କିଛି

ସବୁତ ରହିବ‌ ଏଠି।

ମଲା ପରେ ତୁହି

ବନ୍ଧୁ ପରିଜନ

ପକାଇ ଦେବେରେ କଟି।


ଏହି ସେହି ବନ୍ଧୁ

ଯେଉଁ ମାନଙ୍କର

ଯତ୍ନ ତୁ ନେଉଛୁ କେତେ?

ଦଶାହ ଦିନରେ

କାଟିଦେବେ ଚୁଟି

ତା'ପରେ ଭୁଲିବେ ତତେ।


ମିଛ ଗର୍ବ ତୋର

ରହିବକି ଭାଇ

ସଂସାରରେ ଚିର ଦିନ।

ହରିଙ୍କ ନାମକୁ

କରିଣ ଭଜନ

ସୁଖେ କାଟ ସବୁଦିନ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract