STORYMIRROR

Tankadhar Majhi

Abstract Others

3  

Tankadhar Majhi

Abstract Others

ଉଲଗ୍ନ ପ୍ରଶ୍ନର ଲଜ୍ଜା ଚିତ୍କାର!!

ଉଲଗ୍ନ ପ୍ରଶ୍ନର ଲଜ୍ଜା ଚିତ୍କାର!!

1 min
142

ପାପର ଦଣ୍ଡ କେଉଁଠି ସ୍ୱର୍ଗରେ ନା ମଞ୍ଚରେ

ଯଦି ସ୍ବର୍ଗରେ କାହିଁକି ଏତେ ଦୂରେ 

ଯଦି ମଞ୍ଚରେ ପାପ ଦଣ୍ଡ ପାଇଁ ବିଳମ୍ବ କାହିଁକି  

ପୁଣ୍ୟ ଦେଶର ମାର୍ଗ ପାପ ଆଡକୁ ଯାଉଛି ଯେ 

କେତେଦିନ ନଗ୍ନ ଚରିତ୍ରକୁ ଅନ୍ଧାରରେ ଲୁଚାଇବ?

ପାପ-ପୂଣ୍ୟର ପୁସ୍ତକ ଥିବା ସତ୍ତ୍ବେ ମଧ୍ୟ 

ସଂକୃତି ଅପଭ୍ରଂଶ ଆଡକୁ ଧାଉଁଛି କାହା ପାଇଁ 

ଚରିତ୍ର ଅନ୍ଧାର ଠାରୁ ଚରିତ୍ରହୀନ କ'ଣ ପାଇଁ 

କିଏ ସେ ପଥପ୍ରଦର୍ଶକ ଆମେ ନା ପ୍ରକୃତି?

ଆଖିରେ କଳାକନା ବନ୍ଧା ନିକିତି ଥୋଇଥିଲେ ଯେ

ସେଠି ଖାଲି ନ୍ୟାୟର ବିଚାର ହୁଏ ଭାବିବା କି 

ନା ସତକୁ ମିଛ,ମିଛକୁ ସତ ମଧ୍ୟ କରା ଯାଇପାରିବ

ଆକାଶ-ପୃଥିବୀ ପରି କେତେ ଦିନ ସହ୍ୟ କରିବା ଯେ ??

ସତ୍ଯ ନ କହି ମିଥ୍ୟା କହିବା କ'ଣ ଠିକ୍ ହେବ

ସତ୍ୟ ବଚନ କହିବାକୁ କଣ୍ଠ ରୁଦ୍ଧ ହୋଇଯାଏ ବୋଲି 

ମିଥ୍ୟା କହି ନିଜକୁ ବଞ୍ଚାଇ ଦେବା ଅତି ସହଜ ମନେହୁଏ 

କାହିଁକି ?? ସେ ରାସ୍ତାରେ କ'ଣ କଣ୍ଟା ଅଛି !! 

ଆଜି ଯଦି ଧର୍ମ-ଅଧର୍ମ ମଧ୍ୟରେ ଯୁଦ୍ଧ ହୁଏ 

ଧର୍ମର କ'ଣ ବିଜୟ ନିଶ୍ଚିତ କହିବା 

ନା ହୋଇପାରେ ବୋଲି ସନ୍ଦେହ କରିବା

ଯଦି ହୁଏ ବିଭୁ କେଉଁ ଅବତାରରେ ଆସିବେ

ଯଦି ଆସନ୍ତି ତାଙ୍କୁ ଆମେ ଚିହ୍ନି ପାରିବୁ ତ?

ସମୟକୁ ଯଦି ଲାଞ୍ଚ ଦେଇ ଅଟକାଇ ହୁଅନ୍ତା

ପୃଥିବୀର ବୋଝ ହୋଇ କିଏ ଅଧିକ ଦିନ ବଞ୍ଚିବ

ଅର୍ଜିତ ସମ୍ପତ୍ତିର ସଦା ମାଲିକ ବୋଲାଉଥିବା ଲୋକ 

ନା ସମୟର ଚକ୍ରାନ୍ତରେ କଲବଲ ହେଉଥିବା ଜୀବ 

ସେ କଥା, ଯନ୍ତ୍ର ମାନବ କେବେ ବିଚାର କରିବ ଯେ?

ଉଲଗ୍ନ ପ୍ରଶ୍ନର ଉତ୍ତର କାହାକୁ ପଚାରିବା

କିଏ ମାଗିବ ଜବାବ୍ ସ୍ଵର୍ଗ ଶାନ୍ତିର ବାର୍ତ୍ତା ନେଇ

ପଙ୍କରୁ ପଦ୍ମ ବୁଝି ଗଲେ ସୁଖ ଲିଭିବ, ନିଶ୍ଚିତ

ହାତୁଡ଼ିର ପ୍ରହାରକୁ ସହିବା ପଥରର ଧର୍ମ, କିନ୍ତୁ 

ଯାତନାକୁ ମୂକ ଜନ୍ତୁ ପରି ଆଦରି ନେବା ବିଡମ୍ବନା!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract