STORYMIRROR

Niranjan Mishra

Abstract

4  

Niranjan Mishra

Abstract

ହୃଦୟର ବନ୍ଧୁ

ହୃଦୟର ବନ୍ଧୁ

1 min
321

ହୃଦୟ ନିବାସୀ ହୃଦୟର ବନ୍ଧୁ

ଅଦୃଶ୍ଯ ତୁମ ବସତି 

ସୁଖ କରତା ମୋ ଦୁରିତ ହରତା

ତୁମ ପାଶେ ମୋ ବିନତି।


ମାତା ଗରଭରୁ ହୃଦେ ମୋ ରହିଛ

ଅନନ୍ତ ଅବ୍ୟକ୍ତ ହରି

ନିଃଶ୍ବାସ ହଟିଲେ ମୋତେ ଯିବ ଛାଡି

ସନ୍ଦେହ ନାହିଁ ମୋହରି ।


ଲଭି ତୁମ ସତ୍ତା ଜୀବନ ନଉକା

ଭାସେ ସିନା ଏ ସଂସାରେ

ମୋ ହୃଦୟ ବନ୍ଧୁ ତୁମେ କୃପାସିନ୍ଧୁ

ନାବିକ ତୁୁମେ ନାବରେ ।


ଆସେ ଝଡି ବଢି ବନ୍ୟା ବାତ୍ୟା ମାଡି

ହେ ହୃଦୟ ବନ୍ଧୁ ମୋର 

ସମ୍ଭାଳି ନଉକା ଏ ସଂସାର ସିନ୍ଧୁ

କରାଇବ ତୁମେ ପାର ।


ଅଛି ଏ ଭରସା ତୁମଠାରେ ମୋର

ହେ ହୃଦୟ ବନ୍ଧୁ ମୋର 

ଏ ଜୀବନେ ଆସେ ଯେତେ ଝଡଝଞ୍ଜା

ପାରି କରିଛ ଅପାର ।


ତୁମ ଦରଶନ ପାଇବା ପାଇଁକି

ଉତ୍କଣ୍ଠା ବଢୁଛି ମୋର 

ଦିନେ ନା ଦିନେ ମୁଁ ଦେଖିବି ତୁମକୁ

ଏ ଦୃଢ ନିଶ୍ଚୟ ମୋର ।


ସଭିଙ୍କ ହୃଦରେ ବସିଛ ମୋ ବନ୍ଧୁ

ଏତିକି କରୁଣା କର

ତୁମରି ନାମକୁ ମୋହର ଏ ତୁଣ୍ଡ

ଗାଉଥାଉ ନିରନ୍ତର ।


ତୁମର ସ୍ମରଣ ନିତ୍ଯ ହେଉଥାଉ

ମାନସରେ ତୁମ ଜପ

ଚାଲିଥାଉ ସଦା ଏହି ଅଳି କରେ

ସେହି ମୋ ପରମ ତପ ।


ତୁମ ପରା ବନ୍ଧୁ ନମିଳିବ ମୋତେ

ନିତ୍ଯ ତୁମ ସେବା ହେଉ 

ହୃଦୟର ବନ୍ଧୁ ତୁମକୁ ସୁମରି

ଏ ଜୀବନ ମୋର ଯାଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract