STORYMIRROR

Lata Behera

Abstract

4  

Lata Behera

Abstract

ବସନ୍ତ ଫେରୁନି

ବସନ୍ତ ଫେରୁନି

1 min
252


ଆସିବ ବସନ୍ତ ବୋଲି ଅଥିର ମୋ ମନ

ଏଇ ଆଖି ଦେଖେ ଖାଲି ସୁନେଲି ସପନ

ଏ ଦୁନିଆ ଲାଗୁଅଛି ମୋତେ ନୂଆ ନୂଆ

ଜାଣି ମୁଁ ପାରୁନି ସିଏ ଫେରୁନି ଯେ କିଆଁ 

 ଭାବନାରେ ସିଏ ରହେ 

ଏଇ ଆଖି ତାକୁ ଚାହେଁ 

ଖୋଜିଲେ ବି ଏଇ ଆଖି ଖୋଜି ତାକୁ ପାଉନି

ଗଲାଣି ତ ଶୀତ ଋତୁ ବସନ୍ତ ଫେରୁନି ।


ଆମ୍ବ ଡାଳେ କୋଇଲିର ଶୁଭେ କୁହୁ ତାନ 

ନବ ପଲ୍ଲବରେ ବୃକ୍ଷ ଦିଶେ ଶୋଭାବନ

ମୃଦ୍ୟୁ ମଳୟ ପବନ କି ସୁନ୍ଦର ବହେ

ହଳଦୀ ବସନ୍ତ ବସନ୍ତର କାନେ କହେ

ନା ବସନ୍ତ କଥା ମାନେ

ନା କହା କଥା ଶୁଣେ

ଚାହିଁ ଚାହିଁ ଦିନ ସରେ ଲୁହ ତ ଶୁଖେନି 

ହେଲେ ଏମିତି ଅବୁଝା ବସନ୍ତ ଫେରେନି ।


କେତେ ରଙ୍ଗ ରଖି ଅଛି ପ୍ରିୟା ପାଇଁ ମୋର

ରଙ୍ଗ ହୋଲି ଖେଳିବ ସେ ମୋହରି ସାଥିର 

ତା ଗଭାରେ ଖୋସି ଦେବି କେତେ ରଙ୍ଗ ଫୁଲ

ରଙ୍ଗ ହୋଲି ପ୍ରିୟା ଖେଳି କରୁ ଥିବ ଗେଲ

ହେଲେ ନା ଫେରେ ବସନ୍ତ 

ପ୍ରତୀକ୍ଷା ହୁଅଇ ଅନ୍ତ

ଆଶା ମରି ଯାଏ ହେଲେ ମନ ତ ବୁଝେନି

ତା ବାଟକୁ ଚାହିଁ ଥାଏ ବସନ୍ତ ଫେରେନି ।


କଥା ଦେଇଥିଲା ପ୍ରିୟା ଚାହିଁ ବସନ୍ତକୁ

ବସନ୍ତ ଆସିଲେ ସିଏ ଆସିବ ପାଖକୁ

ପାଖକୁ ଆସିଲେ ସାଥେ ଖେଳିବ ସେ ହୋଲି

ସେ ହୋଲି ରଙ୍ଗରେ ସିଏ କରିବ ରଙ୍ଗୋଲୀ

ରଙ୍ଗ ତ ରଖିଛି ମୁହିଁ 

ହେଲେ ତାର ଦେଖା ନାହିଁ 

କେମିତି ଏମିତି ହେଲା ବୁଝି କିଛି ପାରୁନି

କଥା ଦେଇ ଏ ବସନ୍ତ ଆଉ ତ ଫେରୁନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract