STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ନାମ ଯଜ୍ଞ

ନାମ ଯଜ୍ଞ

1 min
360


ନାମ ରାଧାକୃଷ୍ଣ ମୁକତିର ପଥ

  ଗ୍ରାମରେ ହରି କୀର୍ତ୍ତନ

ପୁରୁଣା ସଂସ୍କୃତି ନାମ ଯଜ୍ଞ ପରା

  ପବିତ୍ର କରେ ଟି ମନ।

   ନାମ ରାଧାକୃଷ୍ଣ


ଉତ୍କଳୁ ବିଚ୍ଛିନ୍ନ ବିଚ୍ଛିନ୍ନାଞ୍ଚଳରେ

  ସଂସ୍କାର ଓଡ଼ିଆ ଆମ

ସଂସ୍କୃତି ଓଡ଼ିଆ ଜୀବିତ ରହିଛି

  ଗୁଞ୍ଜୁ ଅଛି ପ୍ରଭୁ ନାମ।

    ନାମ ରାଧାକୃଷ୍ଣ


ଓଡ଼ିଆ ଗାଆଁ ହେ ଓଡ଼ିଆଙ୍କ ଭୂମି

  ମାତୃଭାଷାରେ ଓଡ଼ିଆ

ହିନ୍ଦୁ ନବ ବର୍ଷେ ରାଧାକୃଷ୍ଣ ନାମ

   ବହୁଛି ଭକ୍ତିର ବାଆ।

   ନାମ ରାଧାକୃଷ୍ଣ


କଳାବାଡିଆ ଗାଁ ଅଟେରେ ଆମର

  ଆମେତ ଓଡ଼ିଆ ବନ୍ଧୁ

ଷଢେଇକଳା ଓ ଖରସୁଆଁ ପରା

  ଓଡ଼ିଆଙ୍କ ରହେ ବିନ୍ଦୁ।।

  ନାମ ରାଧାକୃଷ୍ଣ


କୋଣାର୍କ ଯୁବା ସଙ୍ଗଠନ ଆମ

  କରେ ପରା ଆୟୋଜନ

ହୁଏ ପ୍ରତିବର୍ଷ ପ୍ରଭୁଙ୍କ କୀର୍ତ୍ତନ

  ହରିଙ୍କ ନାମ ଗୁଞ୍ଜନ।।

   ରାଧାକୃଷ୍ଣ ନାମ


ଚବିଶି ପହର ନବ ଏ ବର୍ଷର

  ହରି ନାମ ଶୁଭାରମ୍ଭ

ଅମୃତ କାଳର ପ୍ରଭୁ ନାମ ମନ୍ତ୍ର

 ଗାଆଁରେ ପରା ଆରମ୍ଭ।।

  ନାମ ରାଧାକୃଷ୍ଣ


ଜଗତ ମଙ୍ଗଳ କରିବେ ଠାକୁର

  କରିବେ ରାଷ୍ଟ୍ର ଉଜ୍ବଳ

ହୋଇବେ ଜନତା ଆତ୍ମନିର୍ଭରଟି

  ଗାଆଁର ହେବ ମଙ୍ଗଳ।

  ନାମ ରାଧାକୃଷ୍ଣ


ପ୍ରେମ ଶ୍ରଦ୍ଧା ପ୍ରୀତି ଅଙ୍କୁରିତ ହେବ

  ପ୍ରଭୁଙ୍କ ନାମ ଗୁଞ୍ଜନ

ଭକ୍ତି କର୍ମ ଜ୍ଞାନ ଜଡ଼ିତ କରିବ

  ସତ୍ୟଧର୍ମ ତ୍ୟାଗ ଜ୍ଞାନ।

  ନାମ ରାଧାକୃଷ୍ଣ


ବିଶ୍ବ ଶାନ୍ତି ପାଇଁ ନାମ ଯଜ୍ଞ ପରା

   ଭକ୍ତିର ନାମ ଶ୍ରବଣ

ସନାତନ ଧର୍ମ ଦିଏ ଉପଦେଶ

   କରିବା ବନ୍ଧୁ ଗ୍ରହଣ।

   ନାମ ରାଧାକୃଷ୍ଣ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract