STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ

1 min
220


କର୍ତ୍ତବ୍ୟେ ଜଡ଼ିତ ନାରୀ ସର୍ବଦା


ରଖି ମଥାରେ ଓଢଣୀ ପରଦା


ଦିଏ ସଞ୍ଜବତୀ ଭକ୍ତିରେ ସଦା


        ରଖେ ସମଭାବ ଗୃହସ୍ତାଶ୍ରମରେ


          ସେବାଭାବ ଶାଶୁଶଶୁରେ 


       ମୃଦୁଭାଷୀ ନାରୀ ସାକ୍ଷାତରେ ଲକ୍ଷ୍ମୀ


          ଅଟେସେହୁ ଶକ୍ତିରୂପାରେ।


ସଞ୍ଜ ଓ ସକାଳେ ଦିଅଁ ଭକ୍ତିତାର


ସମଭାବ ରଖେ ନାରୀଗୃହର


ଥାଏ ଭକ୍ତିଭାବ ଗୁରୁଜନଙ୍କର ।


         ସୁଲକ୍ଷଣୀ ନାରୀ ମନମୋହିନିଏ 


            ସବୁଙ୍କୁ ନିଜ କରିଦିଏ


          ଯେଉଁଗୃହେହୁଏ ନାରୀର ସମ୍ମାନ


           ସେ ଗୃହ ଲକ୍ଷ୍ମୀପୃର୍ଣ୍ଣ ହୁଏ।


ଶକ୍ତିପ୍ରୀତରେ ନାରୀର ପୂଜନ


ଜଗାଙ୍କର ନାମ କରେ ଗୁଞ୍ଜନ


ଶଙ୍ଖ ହୁଳହୁଳି କରେ ଆଚ୍ଛନ୍ନ


           ସଞ୍ଜସକାଳରେ କାଳିଦିଏ ଦୀପ


            ଶାଶୁଶଶୁରେ ପ୍ରୀତି ଭାବ


           ଯାହାଇଚ୍ଛାତାଙ୍କ ପୂରଣ କରନ୍ତି


            ଗୃହଧର୍ମେ କରୁଣା ଭବଃ।


ଦଶ ମାସ ଗର୍ଭେ ଧରି ସନ୍ତାନ


ଜନ୍ମଦିଏ ତହୁଁ କେତେଯେ ବିଘ୍ନ


ଦେଖିଣ ତାହାକୁ ମନ ପ୍ରସନ୍ନ


            ଶକ୍ତିଶାଳୀ ନାରୀ ଶକ୍ତିରୂପା ସେହୁ

       

              ତାଙ୍କ ପରି କିଏ ବା କାହୁଁ


           କରି ଦିଏ ନାରୀ ସମାଜ ନିର୍ମାଣ


              ଭରି ଦିଏ ଜ୍ଞାନକୁ ତହୁଁ।


ଯୁଗ ଯୁଗ ଧରି ନାରୀ ସମ୍ମାନ


କିଏ ହେବରେ ଭବେ ସମାନ


ଅମୃତର କାଳ ଆସିଛି ପୁନଃ


          ସବୁକ୍ଷେତ୍ରେ ନାରୀ ଆଣେରେ ଗୌରବ


             ଉଚ୍ଚ ପଦେ ନାରୀ ଆଜର


           ଶକ୍ତିଶାଳୀ ରାଷ୍ଟ୍ର ହୋଇଅଛି ତହୁଁ


             ଗୁଞ୍ଜନ ବିଶ୍ବେ ହିଁ ଯାହାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract